Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜନାଦେଶ ୨୦୨୪: ଓଡିଶା ଲୋକସଭାରେ କଡା ଟକ୍କର, ବିଜେପି ୧୦ ଓ ବିଜେଡି ୮ଟିରେ ଆଗୁଆ

ଭୁବନେଶ୍ୱର: ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଜି ଚାଲିଛି ଭୋଟ୍ ଗଣତି । ନିର୍ବାଚନ ପ୍ରଚାର ବେଳେ ବିଜେପି ଓ ବିଜେଡି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ଓଡିଶାର ୨୧ ବିଧାନସଭାରୁ ୧୮ଟି ପ୍ରାରମ୍ଭିକ ଚିତ୍ର ସାମ୍ନାକୁ ଆସିଛି । ବିଜେପି ଓ ବିଜେଡି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି । ଏଥିରୁ ବିଜେପି ୧୦ଟି ସିଟରେ ଆଗୁଆ ରହିଥିବା ବେଳେ ବିଜେଡି ୮ଟିରେ ଆଗୁଆ ରହିଛି । କଂଗ୍ରେସ ସବୁ ସିଟରେ ପଛରେ ରହିଛି ।

ଲୋକସଭାରେ ଓଡିଶାରୁ ଅନେକ ହେଭିୱେଟ ଅଛନ୍ତି । ଜାତୀୟ ଗଣମାଧ୍ୟମ ସଂସ୍ଥା ଓ ଏଜେନ୍ସି ପକ୍ଷରୁ ହୋଇଥିବା ବିଭିନ୍ନ ଏକଜିଟ୍ ପୋଲରେ ବିଜେପି ୧୫ରୁ ୧୮ ସିଟ୍ ଜିତିବା ବୋଲି ଆକଳନ କରାଯାଇଥିଲା । ବିଜେଡି ୪ରୁ ୬ ସିଟ୍ ଜିତିବ ବୋଲି ପୂର୍ବାନୁମାନ କରାଯାଇଥିଲା । ତେବେ ଭୋଟ୍ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡରେ ଚିତ୍ର କିଛିଟା ଭିନ୍ନ ରହିଛି । ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ତେବେ ଭୋଟ୍ ଗଣତି ଆଗକୁ ବଢିବା ସହିତ ସଂଖ୍ୟାରେ ପରିବର୍ତ୍ତନ ଘଟିପାରେ । ଗତ ଥର ବିଜେଡି ୧୨ଟି ସିଟ୍ ଜିତିଥିବା ବେଳେ ବିଜେପି ୮ ଏବଂ କଂଗ୍ରେସ ଗୋଟିଏ ଲୋକସଭା ସିଟ୍ ଜିତିଥିଲା ।