ଆନନ୍ଦପୁରରେ ବିଜେଡି ପ୍ରାର୍ଥୀ ହେଲେ ଅଭିମନ୍ୟୁ ହେଲେ ବିଜୟ


କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ମୋଟ ୨୫ ରାଉଣ୍ଡ ଗଣତି ପରେ ବିଜେଡିର ଅଭିମନ୍ୟୁ ସେଠି ୧୧ ହଜାର ୨୫ ଖଣ୍ଡ ଭୋଟରେ ଆଗୁଆ ରହିଛି l ବିଜେଡି କୁ ୭୧ ହଜାର ୫୧୬ ଖଣ୍ଡ ଭୋଟ ମିଳିଥିବା ବେଳେ ଦ୍ଵିତୀୟ ସ୍ଥାନରେ ଥିବା କଂଗ୍ରେସର ଜୟଦେବ ଯେନାଙ୍କୁ ୬୦ହଜାର ୪୯୧ ଖଣ୍ଡ ଭୋଟ ମିଳିଛି l ତୃତୀୟ ସ୍ଥାନରେ ଥିବା ଭାଜପାର ଆଲୋକ କୁମାର ସେଠିଙ୍କୁ ୪୨ ହଜାର ୪୨୮ ଖଣ୍ଡ ଭୋଟ ମିଳିଛି l ସ୍ୱାଧୀନପ୍ରାର୍ଥୀ ଝାନ୍ସୀରାଣୀ ଦାସଙ୍କୁ ୧ ହଜାର ୬୯୪ ଖଣ୍ଡ ଏବଂ ବିଶ୍ୱନାଥ ପ୍ରତାପ ଯେନାଙ୍କୁ ୮୮୯ ଖଣ୍ଡ ଭୋଟ ମିଳିଛି l ଏସୟୁସିଆଇ(କମ୍ୟୁନିଷ୍ଟ) ନୀଳକଣ୍ଠ ଯେନାଙ୍କୁ ୯୬୩ ଖଣ୍ଡ ଏବଂ ବହୁଜନ ସମାଜ ପାର୍ଟିର ଦେବେନ୍ଦ୍ର ଯେନାଙ୍କୁ ୫୦୧ ଖଣ୍ଡ ଭୋଟ ମିଳିଛି l ନୋଟାକୁ ୧ ହଜାର ୬୦୩ ଖଣ୍ଡ ଭୋଟ ମିଳିଛି l ଉକ୍ତ ବିଧାନସଭା କ୍ଷେତ୍ରରେ ୨୯୧ଟି ଭୋଟ କେନ୍ଦ୍ରରେ ଭୋଟ ଗ୍ରହଣ ହୋଇଥିଲା l ଏହି ବିଧାନସଭା କ୍ଷେତ୍ରଟି ହାଟଡିହୀ ଏବଂ ଆନନ୍ଦପୁର ବ୍ଲକ, ଆନନ୍ଦପୁର ମୁନିସିପାଲିଟିକୁ ନେଇ ଗଠିତ l ମୋଟ ୭ଜଣ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନରେ ପ୍ରତିଦ୍ବନ୍ଦିତା କରିଥିଲେ l ସମସ୍ତଙ୍କ ଘର ହାଟଡିହୀ ବ୍ଲକ ଅଞ୍ଚଳରେ ଅଟେ l ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ନୂଆ ମୁହଁ ଭାବେ ପ୍ରଥମ ଥର ପାଇଁ ନିର୍ବାଚନକୁ ସମ୍ମୁଖୀନ କରିଥିଲେ l କଂଗ୍ରେସର ଜୟଦେବ ୧୦ମ ଥର ପାଇଁ ନିର୍ବାଚନ ଲଢ଼ିଥିବା ବେଳେ ଭାଜପାର ଆଲୋକ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିଥିଲେ l ଗତ ୨୦୧୯ ନିର୍ବାଚନରେ ବିଜେଡିକୁ ୮୯ ହଜାର ୮୫୦ ଖଣ୍ଡ, କଂଗ୍ରେସକୁ ୪୫ ହଜାର ୬୫୭ ଖଣ୍ଡ ଏବଂ ଭାଜପାକୁ ୩୧ ହଜାର ୫୫୪ ଖଣ୍ଡ ଭୋଟ ମିଳିଥିଲା l କିନ୍ତୁ ଚଳିତ ନିର୍ବାଚନରେ ଭାଜପା ଏବଂ କଂଗ୍ରେସ ର ଭୋଟ ପରିମାଣ ବଢିଛି l