Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳ ଲୋକସଭା ଆସନରେ ପ୍ରଥମ ଥର ପାଇଁ ଖାତା ଖୋଲିଲା ବିଜେପି: ସୁକାନ୍ତ ପାଣିଗ୍ରାହୀ ବିଜୟୀ, ହାରିଲେ ଅଚ୍ୟୁତ ସାମନ୍ତ

କନ୍ଧମାଳ :(ସଞ୍ଜୟ କୁମାର ପାଣିଗ୍ରାହୀ): ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ ୨୦୨୪ର ଭୋଟ ଗଣତି ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଛି। କନ୍ଧମାଳ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ସୁକାନ୍ତ କୁମାର ପାଣିଗ୍ରାହୀ ସର୍ବାଧିକ ୪ ଲକ୍ଷ ୧୬ ହଜାର ୪୧୫ ଟି ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେଡ଼ି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ୩ ଲକ୍ଷ ୯୫ ହଜାର ୪୪ ଖଣ୍ଡ ଭୋଟ ପାଇଛନ୍ତି। ବିଜେପି ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ ୨୧ ହଜାର ୩୭୧ ଟି ଅଧିକ ଭୋଟ ପାଇ କନ୍ଧମାଳ ସାଂସଦ ଭାବେ ବିଜୟୀ ହୋଇଥିବା ବେଳେ କନ୍ଧମାଳ ଲୋକସଭା ଆସନରେ ବିଜେପି ଦଳ ପ୍ରଥମ ଥର ପାଇଁ ଖାତା ଖୋଲିବାରେ ସକ୍ଷମ ହୋଇଛି। କଂଗ୍ରେସ ପ୍ରାର୍ଥୀ ଅମିର ଚାନ୍ଦ ନାୟକ ୧ ଲକ୍ଷ ୪୪ ହଜାର ୩୨୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିବା ବେଳେ ମାନସ ଲୋକଶକ୍ତି ଦଳର ପ୍ରାର୍ଥୀ ଭାଗିରଥି ବଳିଆରସିଂ ୭୩୩୦ଟି , ସ୍ୱାଧୀନପାର୍ଥୀ କନକ ମଞ୍ଜରୀ ରଥ ୫୨୦୫ଟି, ବହୁଜନ ସମାଜ ପାଟି ପ୍ରାର୍ଥୀ ୫୧୩୭ଟି ଭୋଟ , ନେସନାଲ୍ ଜନତା ଦଳର ପାର୍ଥୀ ସୁବାଷ ମହାପାତ୍ର ୪୧୩୭ଟି ଏବଂ କଳିଙ୍ଗସେନାର ପ୍ରାର୍ଥୀ ପର୍ଶୁରାମ ପ୍ରଧାନ ୨ ହଜାର ୭୮୧ ଟି ଭୋଟ ପାଇଛନ୍ତି।
କନ୍ଧମାଳ ଜିଲାର ତିନୋଟି ନିର୍ବାଚନ ମଣ୍ଡଳୀ ଫୁଲବାଣୀ , ବାଲିଗୁଡ଼ା , ଜି.ଉଦୟଗିରି ସମତେ ଭଞ୍ଜନଗର , ଦଶପଲ୍ଳା , ବୌଦ୍ଧ ଏବଂ କଣ୍ଟାମାଳ ନିର୍ବାଚନ ମଣ୍ଡଳିକୁ ନେଇ ଗଠିତ କନ୍ଧମାଳ ଲୋକସଭା ଆସନରେ ୧୫ ହଜାର ୭୨୦ଜଣ ଭୋଟ ନୋଟାରେ ଭୋଟ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ