Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୀନ ନିବାସରେ ବିଜେଡିର ବୈଠକ ଶେଷ ହୋଇଛି, ଭିକେ ପାଣ୍ଡିଆନ ଉପସ୍ଥିତ ନଥିଲେ

ନବୀନ ନିବାସରେ ବିଜେଡିର ବୈଠକ ଶେଷ ହୋଇଛି। ଦଳର ସଭାପତି ନବୀନ ନିବାସଙ୍କ ଅଧକ୍ଷତାରେ ଏହି ବୈଠକ ବସିଥିଲା। ନବୀନ ସମସ୍ତ ବିଜୟୀ ପ୍ରାର୍ଥୀଙ୍କ ସହ ଆଲୋଚନା କରିଥିଲେ। ସମସ୍ତେ ନବନିର୍ବାଚିତ ପ୍ରତିନିଧି ମନେ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ। ବୈଠକରେ ବିଜେଡି ସୁପ୍ରିମୋ ନିଜନିଜ ଅଞ୍ଚଳବାସୀଙ୍କ ସହ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଏଭଳି ପରାଜୟ କାହିଁକି ହେଲା ସେ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ତଦନ୍ତ କରାଯିବ। ଏହି କମିଟିରେ ବରିଷ୍ଠ ନେତାମାନେ ରହିବେ। ଖୁବଶୀଘ୍ର କମିଟି ଗଠନ ହେବ।

ନବୀନ ନିବାସରେ ଆୟୋଜିତ ବୈଠକରେ ଦଳର ନେତା ଭିକେ ପାଣ୍ଡିଆନ ଉପସ୍ଥିତ ନଥିଲେ। ଗଣେଶ୍ୱର ବେହେରା, ସତେନ୍ଦ୍ର ହରିପାଲ, ନବ ମଲ୍ଲିକ, ଦେବି ରଞ୍ଜନ ତ୍ରିପାଠୀ, ସଂଜୀବ ମଲ୍ଲିକ, ଚକ୍ରପାଣି କହ୍ନର, ଅଭିମନ୍ୟୁ ସେଠି, ବଦ୍ରି ପାତ୍ର, ବିଶ୍ୱ ମଲ୍ଲିକ, ପ୍ରଶାନ୍ତ ବେହେରା, ଅଧୀରାଜ ପାଣିଗ୍ରାହୀ, ସୌଭିକ ବିଶ୍ୱାଳ, ଅନନ୍ତ ଜେନା, ଅରବିନ୍ଦ ମହାପାତ୍ର, ବିଭୁତି ବଳବନ୍ତରାୟ, ରମେଶ ବେହେରାଙ୍କ ସମେତ ଅନ୍ୟମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ