ସମ୍ବଲପୁର:(ରାଜାରାମ ଷଡଙ୍ଗୀ): ଓଡିଶାରେ ବଦଳିଛି ରାଜନୈତିକ ଅଙ୍କ।ଏହି ପରିବର୍ତ୍ତନ କିନ୍ତୁ ଥିଲା ଓଡିଆ ଅସ୍ମିତାର ଶ୍ରେୟ।ଓଡିଆ ସ୍ୱାଭିମାନର ନିଷ୍ପତ୍ତି । କେହି କେବେ ଭାବି ନଥିବେ,ଏଭଳି ପରିବର୍ତ୍ତନ କେମିତି ଆସିଲା ? ଏହି ଲେଖକ ପରି ସମସ୍ତେ ଜାଣିଥିଲେ।କିନ୍ତୁ ପ୍ରକାଶ ନକରି ଚାପି ରଖିଥିଲେ।
ଏହା ସତ, ଭାରତୀୟ ଜନତା ପାର୍ଟି ଓଡିଶାବାସୀଙ୍କ ବିଶ୍ୱାସ ଜିଣିବାରେ ସଫଳ ହୋଇଛି । ଜନାଦେଶ ଆସିବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ଏଥର ଓଡିଶାରେ ସରକାର ଗଢିବ ବିଜେପି।୧୪୭ ସିଟରେ ନିର୍ବାଚନ ଲଢି ୭୮ ସିଟରେ ବିଜୟୀ ହୋଇଥିବା ବିଧାୟକଙ୍କ ଭିତରେ ଲୁଚି ରହିଛି ବଡ ପ୍ରତିଭା।ବିଜେପିର କେବଳ ଶୀର୍ଷ ସ୍ତରୀୟ ନେତା ଯଦି ଚାହିଁବେ ପଶ୍ଚାମାଞ୍ଚଳରୁ ଜନ୍ମ ନେଇଥିବା ଉଜ୍ଜଳମୟ ତାରକା ଉପରେ ଯଦି ଥରେ ବିଶ୍ୱାସ କରି ସରକାର ପରିଚାଳନାର ନେତୃତ୍ୱ ଦେଇଦେବେ ଓଡିଶା ବଦଳିଯିବ।ଏହା ଓଡିଶାର ସାରା ଜନତା ଓ ବିଚାରଧାରାରେ ଋଚି ରଖୁଥିବା ପ୍ରତିଟି ହୃଦୟର ସ୍ପନ୍ଦନ।
ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ଓଡିଶାରେ ସରକାର ଗଢିବ ।ସରକାର ଗଢିବା ପାଇଁ ମ୍ୟାଜିକ୍ ନମ୍ବର ୭୪ ଥିବାବେଳେ ବିଜେପି ହାତକୁ ଆସିଛି ୭୮ଟି ଆସନ ।ଆଜିବି ଜଣେ ସ୍ୱାଧିନ ପ୍ରାର୍ଥୀ ବିଜେପିରେ ମିଶି ଏହି ସଂଖ୍ୟାକୁ ୭୯ କରିଛନ୍ତି। ଲୋକସଭାରେ ବି ରେକର୍ଡ ବିଜୟ ହାତେଇଛି ବିଜେପି । ଏହି ବିଜୟ ଭିତରେ ଏବେ ସବୁଠୁ ବଡ ପ୍ରଶ୍ନ, ବିଜେପି ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ?
ବିଜେପି ରଣନୀତି ଅନୁସାରେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା କାହାକୁ ସ୍ଥିର କରାଯାଇ ନଥିଲା ।ବିଧାୟକ ଦଳ ସେମାନଙ୍କ ମଧ୍ୟରୁ ନେତା ବାଛିବା ସାମ୍ଭିଧାନକିକ ନିୟମ ରହିଛି।ଏହା କୌଣସି ଆଞ୍ଚଳିକ ଅବା ପାରିବାରିକ ଦଳ ନୁହେଁଯେ,କାହାକୁ ପ୍ରୋଜେକ୍ଟ କରି ଦଳ ନିର୍ବାଚନ ଲଢିବ।ଏଭଳି ପରିସ୍ଥିତିରେ ଅନ୍ୟରାଜ୍ୟରେ ଯାହା ଘଟିଛି ତାହା ବୋଧହୁଏ ଓଡିଶାରେ ଘଟିନପାରେ ।କାରଣ ଦୀର୍ଘ ୨୫ ବର୍ଷ ଧରି ବିଜେଡି ପ୍ରତି ବିଜେପି କୋହଳ ମନୋବୃତ୍ତି ପ୍ରଦର୍ଶନ କରି ସବୁ ସମୟରେ ନିଜର ଏକ ବଡ ବଳ ବା ଭାଇ ଭାବେ ବିଜେଡିକୁ ନେଇ ନବୀନଙ୍କ ପ୍ରଶଂସା କରିବାରେ ସମସ୍ତେ ଲାଗିଥିଲେ। ବର୍ତ୍ତମାନ ଏହାର ବ୍ୟତିକ୍ରମ ଘଟିବା ପରେ ବିଜେପିକୁ ମିଳିଛି ନୂଆ ଦିଶା। କିନ୍ତୁ ନୂଆଁ ସରକାରରେ ଯେଉଁ କେତେକ ନାମ ଆସୁଛି ସେମାନଙ୍କ ମଧ୍ୟରୁ କୌଣସି ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଯେ ବଡ ରିକ୍ସ ନେବେ ଅବା ଓଡିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରୁଥିବାରୁ ବାହାରୁ କାହାକୁ ଆଣି ଥୋଇଦେବା ମଧ୍ୟ ଠିକ ହେବନାହିଁ ବୋଲି ଓଡିଶାର ଜନ ସାଧାରଣ ବିଶ୍ୱାସ କରୁଛନ୍ତି।
ଏପରିକି ବିଧାୟକ ମାନଙ୍କ ମଧ୍ୟରୁ ଜଣଙ୍କୁ ନେତା ବାଛିବାକୁ ବିଧାୟକ ମାନଙ୍କୁ ମଧ୍ୟ ସୁଯୋଗ ଦିଆଯାଇ ବିଜେପି ଓଡିଶାରେ ଏକ ମସ୍ତବଡ ବାର୍ତ୍ତା ଦେବାର ସମୟ ଆସିଛି।କିନ୍ତୁ ଆସନ୍ତାକାଲି ବିଜେପିର ଏକ ଶୀର୍ଷ ସ୍ତରୀୟ ବୈଠକ ହୋଇ ନେତା ବାଛିବା ସମ୍ଭାବନା ରହିଛି।
ଜୁନ୍ ୧୦ ତାରିଖରେ ଭୁବନେଶ୍ୱରରେ ବିଜେପି ନେତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ପଛକୁ ଆନେକ ଷ୍ଟାର ପ୍ରଚାରକ।ଆଉ ଏବେ ସବୁଠୁ ବଡ ପ୍ରଶ୍ନ ୧୦ ତାରିଖରେ କିଏ ନେବେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ? ତାହା ଉପରେ ସଭିଁଙ୍କ ନଜର ।ଶୁଣାଯାଉଛି ଗିରିଶ ମୁର୍ମୁ ହେବେ ମୁଖ୍ୟମନ୍ତ୍ରୀ।ଏପରିକି ନବୀନ ପଟ୍ଟନାୟକଙ୍କୁ କଣ୍ଟାବାଞ୍ଜିରୁ ହରାଇଥିବା ଲକ୍ଷ୍ମଣ ବାଗ ହେବା ଉଚିତ୍ ବୋଲି କେତେକ ମତ ଦେଉଛନ୍ତି।ଏପରିକି ସାଂସଦ ଭାବେ ବିଜୟୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ବୈଜୟନ୍ତ ପଣ୍ଡା,ଅପରାଜିତା ଷଡଙ୍ଗୀଙ୍କ ନାମକୁ ମଧ୍ୟ ସାମ୍ନାକୁ ଅଣାଯାଉଛି।ଏମାନେ କିନ୍ତି କେନ୍ଦ୍ର ସରକାରଙ୍କ ପାଇଁ ଜଣେ ଜଣେ ଆସେଟ୍। ତେଣୁ ଏମନଙ୍କୁ ନେଇ ବିଜେପିର ଶୀର୍ଷ ନେତା ଏଭିତରକୁ ପଶି ପୁଣି ଥରେ ନିର୍ବାଚନ କରାଇବା ସପକ୍ଷରେ ନାହାଁନ୍ତି।ପୁଣି ସୁରଜ ସୂର୍ଯ୍ୟବଂଶୀଙ୍କ ନାଁ ମଧ୍ୟ ଏବେ ଆସୁଥିବା ବେଳେ ବହୁତ ବଡ ଚର୍ଚାରେ ଅଛନ୍ତି ପୁର୍ବତନ ସାଂସଦ ତଥା ସଦ୍ୟ ବିଜୟୀ ବ୍ରଜରାଜନଗର ବିଧାୟକ ସୁରେଶ ପୂଝାରୀ।ସୁରେଶ ଛାତ୍ର ରାଜନୀତି ଠାରୁ ଜଣେ କୌଶଳ ରାଜନୈତିଜ୍ଞ।ଆସାମ ଠାରୁ ଉତ୍ତରପ୍ରଦେଶର ପ୍ରଭାରୀ ରହି ୨ ସରକାର ଗଠନ କରିବାରେ ଯେଉଁ ଅଭିଜ୍ଞତା ରହିଛି ତାହାକୁ ପାଥେୟ କରି ସୁରେଶ ପୂଝାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯିବା କିଛି ବଡ କଥା ନୁହେଁ।କାରଣ ତାଙ୍କର ରାଜନୈତିକ ଜ୍ଞାନ କୌଶଳ ସହିତ ଜଣେ ବରିଷ୍ଠ ଆଇନଜ୍ଞ ଓ ପଶ୍ଚିମାଞ୍ଚଳର ଜଣେ ଉଜ୍ଜଳ ତାରକା ହୋଇଥିବାରୁ ସୁରେଶଙ୍କୁ ଏଭଳି ଦାୟିତ୍ୱ ଦେବାରେ ବିଜେପି ମଧ୍ୟ ଚିନ୍ତା କରୁଥିବା ବିଶ୍ୱାସକୁ ନିଆଯିବ।ବିଜେପି ହଠାତ ତରବରିଆ ଭାବେ କୌଣସି ନିଷ୍ପତ୍ତି ନନେଇ ବିଧାୟକ ମାନଙ୍କ ଉପରେ ନେତା ବାଛିବା ପୂର୍ଣ୍ଣ ଅଧିକାର ଦେଇ ଏକ ନିରଙ୍କୁଶ ସରକାରରେ ହସ୍ତକ୍ଷେପ ନକରି ଏକ କ୍ରିୟାଶୀଳ ସରକାର ଗଠନରେ ପ୍ରଧାନମନ୍ତ୍ରୀଙ୍କ ସହିତ ଶିର୍ଷ ନେତା ମନସ୍ତିର କରି ଓଡିଶାର ଗାରିମାରେ ବିଜେପି ନୂଆଁ ଇତିହାସ ଓ ନିଜର ନିର୍ମଳ ଭାବମୂର୍ତ୍ତିକୁ ଅକ୍ଷୁର୍ଣ୍ଣ ରଖି ଓଡିଆ ଅସ୍ମିତାର ନୂତନ ବାର୍ତ୍ତା ଦେବେ ବୋଲି ଆଶା କରାଯାଉଛି।
ଓଡିଆ ଅସ୍ମିତାର ପରିଚୟ ତୋଳି ଉଭା ହେବେ ମୁଖ୍ଯମନ୍ତ୍ରୀ,ଅନ୍ୟ ରାଜ୍ୟ ଭଳି କଳଙ୍କ ମୁଣ୍ଡେଇବନି ଓଡିଶା
