ସମ୍ବଲପୁର :ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଜେପିଏମ ଠାରେ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି।ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇ ପରିବେଶ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା l ପ୍ରତେକ କର୍ମଚାରୀ ଗୋଟିଏ ଲେଖା ଗଛ ରୋପଣ କରି ତାହାର ଯତ୍ନନେବାକୁ କୁହାଯାଇଥିଲାlଡାକ୍ତରଖାନା କୁ ଅଧିକ ସଫାସୁତୁରା ରଖିବା, ଡାକ୍ତରୀ ବର୍ଜ୍ୟଵସ୍ତ ର ସୁପରିଚାଲନା କରିବା ପାଇଁ ଚତୁର୍ଥଶ୍ରେଣୀ କର୍ମଚାରୀ ମାନଙ୍କୁ ବୁଝା ଯାଇଥିଲା l ପରେ ଡାକ୍ତରଖାନା ପରିସର ମଧ୍ୟରେ ବୃକ୍ଷ ରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଦିଲୀପ କୁମାର ନନ୍ଦ ପରିଚାଳନI କରିଥିବା ବେଳେ ବନ୍ଦିତା ପାଣିଗ୍ରାହୀ ,ବବିତା ଦେଓ କୁମୁଦିନୀ ମୁଣ୍ଡl, ନିହାରିକା ବଡ଼ପଣ୍ଡା, ମିନୁ କଂସ ବିକି ଗଣ୍ଡ, ଅଞ୍ଜଳି ଷଡଙ୍ଗୀ, ଅନିଲ ତରିଆ ସର୍ଗମ ପ୍ରମୁଖ ସହାୟତା କରିଥିଲେ l
ଜେପିଏମରେ ବିଶ୍ୱ ପରିବେଶ ଦିବସ ପାଳିତ
