Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାମାଙ୍କନ ଦାଖଲ କଲେ ଦୀପାଳି

ଝାରସୁଗୁଡା: ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଝାରସୁଗୁଡା ଉପନିର୍ବାଚନ ଲାଗି ଆଜି ନାମାଙ୍କନ ଭରିଛନ୍ତି ଦୀପାଳି। ସମର୍ଥକଙ୍କ ଗହଣରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦୀପାଳି ଦାସ।

ନାମାଙ୍କନ ଭରିବା ପୂର୍ବରୁ ଦୀପାଳି ମା’ ପାଟଣେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଝାରସୁଗୁଡା ମନମୋହନ ସ୍କୁଲ ପଡ଼ିଆରୁ ବିଶାଳ ଶୋଭାଯାତ୍ରାରେ ବାହାରି ହଜାର ହଜାର ସମର୍ଥକଙ୍କ ଗହଣରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଦୀପାଳି।

ଏହାପୂର୍ବରୁ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ଆସନ୍ତା ମୋ ୧୦ରେ ଝାରସୁଗୁଡା ଉପନିର୍ବାଚନ ଅନୁଷ୍ଠିତ ହେବ। ମେ ୧୩ରେ ହେବ ଭୋଟ୍‌ ଗଣତି।