ରଜରେ ଭିଜିବ ଓଡିଶା, ୧୦ ତାରିଖ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ


ଭୁବନେଶ୍ୱର: ରଜରେ ଭିଜିବ ଓଡିଶା । ଆସନ୍ତା ୧୦ ତାରିଖ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ। ପ୍ରଥମେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିବ ମୌସୁମୀ। ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ। ମୌସୁସୀ ଛୁଇଁବା ପୂର୍ବରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ହୋଇପାରେ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ,ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। ଅନ୍ୟପକ୍ଷରେ ସାଧାରଣତଃ ଜୁନ ଦ୍ଵିତୀୟ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଥାଏ। ଚଳିତଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ପୂର୍ବରୁ ଆଣ୍ଡମାନ ଏବଂ କେରଳ ଛୁଇଁଥିବା ବେଳେ ଓଡ଼ିଶାରେ ୧୦ ତାରିଖ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ।

ଏଥର ମୌସୁମୀ ବାୟୁ ମେ ୩୧ ତାରିଖ ବେଳକୁ କେରଳ ଛୁଇଁ ସାରିଥିଲା । ବାତ୍ୟା ରେମାଲ ଯୋଗୁଁ ପାଗ ଅନୁକୂଳ ରହିଥିଲା । ଫଳରେ ଭାରତର ଜୀବନ ରେଖା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏଥର ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରବେଶ କରିଛି ।