Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆରମ୍ଭ ହେବ ଅବକାଶକାଳୀନ ଶିକ୍ଷା; ଏଥର ଖରାଛୁଟିରେ ବି ପାଠ ପଢିବେ ପିଲା

ଭୁବନେଶ୍ୱର: ଏଥର ଖରା ଛୁଟିରେ ବି ପାଠ ପଢିବେ ଛାତ୍ରଛାତ୍ରୀ। ଚଳିତ ବର୍ଷ ମେ ୪ ତାରିଖରୁ ଆରମ୍ଭ ହେଉଛି ଖରା ଛୁଟି। କାରଣ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ଅବକାଶକାଳୀନ ଶିକ୍ଷା । ଖରା ଛୁଟିରୁ ଏହି ଅବକାଶକାଳୀନ ଶିକ୍ଷା ଆରମ୍ଭ ହେବ ।

ଏହାଦ୍ବାରା ଖରାଛୁଟିରେ ଛାତ୍ରଛାତ୍ରୀମାନେ ପାଠପଢା ସହିତ ଜଡିତ ରହିବେ। ସ୍କୁଲ ଖୋଲିଲା ପରେ ଯେମିତି ସେମାନଙ୍କୁ କୌଣସି ସମସ୍ୟା ନହେବ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ସ୍ବତନ୍ତ୍ର ସିଲାବସ କରାଯାଇଛି । କ୍ଲାସର ଛାତ୍ରଛାତ୍ରୀଙ୍କୁ ନେଇ ପୃଥକ୍‌ ପୃଥକ୍‌ ଗ୍ରୁପ କରାଯାଇଛି । ପ୍ରତି ଗ୍ରୁପର ମନିଟର କରିବେ ଜଣେ ଶିକ୍ଷକ ।

ଅବକାଶକାଳୀନ ସିଲାବସ ଅନୁସାରେ କେତେ ପାଠ ଛାତ୍ରଛାତ୍ରୀ ପଢ଼ିଛନ୍ତି, ସେନେଇ ଫୋନରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ଶିକ୍ଷକ ।