Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନ ୩୦ ରେ ହେବ ୩ୟ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସନ୍ତରଣ ଚାମ୍ପିଅନସିପ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୋନପୁର ବିଜୁ ପଟ୍ଟନାୟକ ସନ୍ତରଣାଗାର ଠାରେ ଜିଲ୍ଲା ସୁଇମିଂ ଆସୋସିଏସନ୍‌ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଆସନ୍ତା ଜୁନ ୩୦ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ସନ୍ତରଣାଗାର ଠାରେ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଚାମ୍ପିଅନସିପ ସିନିୟର, ଜୁନିୟର ଏବଂ ସବ୍-ଜୁନିୟର ବର୍ଗରେ ଅନୁଷ୍ଠିତ ହେବ। ଉକ୍ତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରୁ ଶ୍ରେଷ୍ଠ ଟାଇମର ମାନଙ୍କୁ ବିଭିନ୍ନ ବର୍ଗରେ ରାଜ୍ୟ ସ୍ତରୀୟ ସୁଇମିଂ ପ୍ରତିଯୋଗିତା ପାଇଁ ଚୟନ କରାଯିବ। ଏହି ପ୍ରତିଯୋଗୀ ମାନେ ଆସନ୍ତା ଜୁଲାଇ ମାସ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଆଜିର ବୈଠକରେ ଉକ୍ତ ଚମ୍ପିୟନ୍‌ସିପ୍‌କୁ ସୁରୁଖୁରୁରେ ଆୟୋଜନ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିଲା। ସଂଘର ସମ୍ପାଦକ ଶ୍ରୀଯୁକ୍ତ ଜୟ ନାରାୟଣ ମେଣ୍ଡିଲିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଘର ସଦସ୍ୟ ପ୍ରଦୀପ ମହାନ୍ତି, ବିଦ୍ୟାଧର ମିଶ୍ର, ଦିଗାମ୍ବର ଶତପଥୀ, ମନୋରଞ୍ଜନ ମିଶ୍ର, ବିଶ୍ବ ରଞ୍ଜନ ଦଳେଇ, ଭକ୍ତି ରଞ୍ଜନ ଦଳାଇ, ପ୍ରକାଶ ମେହେର, ଶିବ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଉକ୍ତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଆଗ୍ରହୀ ଅଂଶ ଗ୍ରହଣକାରୀ ମାନେ ଚଳିତ ଜୁନ ମାସ ୨୬ ତାରିଖ ସୁଦ୍ଧା ସୋନପୁର ବିଜୁ ପଟ୍ଟନାୟକ ସୁଇମିଂ ପୁଲ ର ହେଡ଼୍ କୋଚ୍- ସଞ୍ଜୟ ପାଣ୍ଡେ, ମୋ.- ୭୦୦୮୩୮୮୨୯୩ ଏବଂ ସହାୟକ କୋଚ୍ ନିମାଇଁ ବାଘ, ମୋ.- ୮୬୫୮୫୫୩୮୦୪ ଙ୍କ ସହ ଯୋଗାଯୋଗ କରିବାକୁ ସୁଇମିଂ ସଂଘ ତରଫରୁ ଅନୁରୋଧ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ