ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀ ମଣ୍ଡଳରେ ବିଭାଗ ବଣ୍ଟନ କରାଯାଇଛି । ନୀତିନ ଗଡକରିଙ୍କୁ ମିଳିଲା ସଡକ ପରିବହନ ମନ୍ତ୍ରୀ ପଦ । ରାଜନାଥ ସିଂଙ୍କୁ ମିଳିଲା ପ୍ରତିରକ୍ଷା ମନ୍ତ୍ରୀ ପଦ । ଅମିତ ଶାହ ମଧ୍ୟ ପୁନର୍ବାର ପାଇଲେ ଗୃହମନ୍ତ୍ରୀ ପଦ । ସେହିପରି ସଡକ ପରିବହନ ରାଷ୍ଟ୍ରମନ୍ତ୍ରୀ ହେଉଛନ୍ତି ଅଜୟ ଟମଟା ଏବଂ ହର୍ଷ ମାଲହୋତ୍ରା ।
ବୈଦେଶିକ ମନ୍ତ୍ରୀ ପଦରେ ରହିଲେ ଏସ୍. ଜୟଶଙ୍କର । ସେହିପରି ଅର୍ଥମନ୍ତ୍ରୀ ଦାୟିତ୍ବରେ ରହିଲେ ନିର୍ମଳା ସୀତାରମଣ । ଜୁଏ ଓରାମ ରହିଲେ ଆଦିବାସୀ ବ୍ୟାପାର ମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ ରହିଲେ ଶିକ୍ଷାମନ୍ତ୍ରୀ । ଅଶ୍ବନୀ ବୈଷ୍ଣବ ରହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ।
କାହାକୁ ମିଳିଲା କେଉଁ ମନ୍ତ୍ରଣାଳୟ
କ୍ୟାବିନେଟ୍
ନରେନ୍ଦ୍ର ମୋଦୀ- ପ୍ରଧାନମନ୍ତ୍ରୀ, କାର୍ମିକ, ଜନ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ, ଆଣବିକ ଶକ୍ତି, ମହାକାଶ ବିଭାଗ
ଅମିତ ଶାହ- ଗୃହ
ରାଜନାଥ ସିଂ- ପ୍ରତିରକ୍ଷା
ନୀତିନ ଗଡ଼କରୀ- ସଡ଼କ ଓ ପରିବହନ
ଜେପି ନଡ୍ଡା- ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ସାର ଓ ରସାୟନ
ଶିବରାଜ ସିଂ ଚୌହାନ- କୃଷି, ଗ୍ରାମାଞ୍ଚଳ
ନିର୍ମଳା ସୀତାରମଣ- ଅର୍ଥ
ଏସ ଜୟଶଙ୍କର- ବୈଦେଶିକ
ମନୋହର ଲାଲ ଖଟ୍ଟର- ଶକ୍ତି, ସହରାଞ୍ଚଳ ବିକାଶ
ଏଚଡି କୁମାରସ୍ଵାମୀ- ଉଦ୍ୟୋଗ ଏବଂ ଇସ୍ପାତ
ପୀୟୂଷ ଗୋଏଲ- ବାଣିଜ୍ୟ ଓ ଶିଳ୍ପ
ଧର୍ମେନ୍ଦ୍ର ପ୍ରଧାନ- ଶିକ୍ଷା
ଜିତନରାମ ମାଂଝୀ- ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
ରାଜୀବ ରଞ୍ଜନ ସିଂ- ପଞ୍ଚାୟତିରାଜ, ମତ୍ସ୍ୟ ଓ ପ୍ରାଣୀ ସଂପଦ
ସର୍ବାନନ୍ଦ ସନଓ୍ଵାଲ- ଜାହାଜ ଚଳାଚଳ
ବୀରେନ୍ଦ୍ର କୁମାର- ସାମାଜିକ ନ୍ୟାୟ ଓ ସଶକ୍ତିକରଣ
ରାମମୋହନ ନାଇଡୁ- ବେସାମରିକ ବିମାନ ଚଳାଚଳ
ପ୍ରହ୍ଲାଦ ଯୋଶୀ- ଖାଦ୍ୟ ଏବଂ ସାଧାରଣ ବଣ୍ଟନ, ଖାଉଟି କଲ୍ୟାଣ
ଜୁଏଲ ଓରାମ- ଆଦିବାସୀ ବ୍ୟାପାର
ଗିରିରାଜ ସିଂ- ବୟନ
ଅଶ୍ଵିନୀ ବୈଷ୍ଣବ- ସୂଚନା ଏବଂ ପ୍ରସାରଣ
ଜ୍ୟୋତିରାଦିତ୍ୟ ସିନ୍ଧିଆ- ଯୋଗାଯୋଗ, ପୂର୍ବୋତର ବିକାଶ
ଭୂପେନ୍ଦର ଯାଦବ- ଜଙ୍ଗଲ ଓ ପରିବେଶ, ଜଳବାୟୁ
ଗଜେନ୍ଦ୍ର ସିଂ ଶେଖାଓ୍ଵତ- ସଂସ୍କୃତି ଓ ପର୍ଯ୍ୟଟନ
ଅର୍ଣ୍ଣପୂର୍ଣ୍ଣା ଦେବୀ- ମହିଳା ଏବଂ ଶିଶୁ ବିକାଶ
କିରେନ ରିଜିଜୁ- ସଂସଦୀୟ ବ୍ୟାପାର, ସଂଖ୍ୟାଲଘୁ
ହରଦୀପ ସିଂ ପୁରୀ- ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ
ମନସୁଖ ମାଣ୍ଡଭିୟ- ଶ୍ରମ ଏବଂ ରୋଜଗାର, କ୍ରୀଡ଼ା
ଜି କିଶନ ରେଡ୍ଡୀ- କୋଇଲା ଓ ଖଣି
ଚିରାଗ ପାସଓ୍ଵାନ- ଖାଦ୍ୟ ପ୍ରକ୍ରିୟାକରଣ
ସି ଆର ପାଟିଲ- ଜଳଶକ୍ତି
ରାଷ୍ଟ୍ରମନ୍ତ୍ରୀ(ସ୍ଵତନ୍ତ୍ର)
ରାଓ ଇନ୍ଦରଜିତ ସିଂ- ପରିସଂଖ୍ୟାନ, ଯୋଜନା ସମନ୍ଵୟ, ସଂସ୍କୃତି
ଡ. ଜିତେନ୍ଦ୍ର ସିଂ- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଭୂବିଜ୍ଞାନ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ, ଆଣବିକ ଶକ୍ତି, ମହାକାଶ ବିଭାଗ
ଅର୍ଜୁନ ରାମ ମେଘଓ୍ଵାଲ- ଆଇନ ଓ ନ୍ୟାୟ, ସଂସଦୀୟ ବ୍ୟାପାର
ଜାଧବ ପ୍ରତାପରାଓ ଗନପତରାଓ- ଆୟୂଷ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ
ଜୟନ୍ତ ଚୌଧୁରୀ- ଦକ୍ଷତା ବିକାଶ, ଉଦ୍ୟୋମିତା, ଶିକ୍ଷା
ରାଷ୍ଟ୍ରମନ୍ତ୍ରୀ
ଜିତିନ ପ୍ରସାଦ- ବାଣିଜ୍ୟ ଓ ଶିଳ୍ପ, ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା
ଶ୍ରୀପଦ ୟେସୋ ନାଇକ- ଶକ୍ତି, ନବୀକରଣ
ପଙ୍କଜ ଚୌଧୁରୀ- ଅର୍ଥ
କ୍ରିଷ୍ଣନ ପଲ- ସମବାୟ
ରାମଦାସ ଅଠାଓ୍ଵଲେ- ସାମାଜିକ ନ୍ୟାୟ ଓ ସଶକ୍ତିକରଣ
ରାମନାଥ ଠାକୁର- କୃଷି ଓ କୃଷକ କଲ୍ୟାଣ
ନିତ୍ୟାନନ୍ଦ ରାୟ- ଗୃହ
ଅନୁପ୍ରିୟା ପଟେଲ- ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ରସାୟନ ଓ ସାର
ଭି ସୋମନ୍ନା- ଜଳ ଶକ୍ତି, ରେଳ
ଚନ୍ଦ୍ର ଶେଖର ପେମ୍ମାସାନି- ଗ୍ରାମାଞ୍ଚଳ ବିକାଶ ଓ ଯୋଗାଯୋଗ
ଏସପି ସିଂ ବଘେଲ- ମତ୍ସ୍ୟ, ପଶୁପାଳନ, ଦୁଗ୍ଧ ଓ ପଞ୍ଚାୟତିରାଜ
ଶୋଭା କରନ୍ଦଲାଜେ- ଅଣୁ, କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ, ଶ୍ରମ, ନିୟୋଜନ
କିର୍ତ୍ତିବର୍ଦ୍ଧନ ସିଂ- ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ବୈଦେଶିକ ବ୍ୟାପାର
ବିଏଲ ବର୍ମା- ଖାଦ୍ୟ ଓ ସାଧାରଣ ବଣ୍ଟନ, ଖାଉଟି କଲ୍ୟାଣ, ସାମାଜିକ ନ୍ୟାୟ, ସଶକ୍ତୀକରଣ
ଶାନ୍ତନୁ ଠାକୁର- ବନ୍ଦର, ଜାହାଜ ଚଳାଚଳ
ସୁରେଶ ଗୋପୀ- ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ପର୍ଯ୍ୟଟନ
ଏଲ ମୁରୁଗନ- ସୂଚନା ଓ ପ୍ରସାରଣ, ସଂସଦୀୟ ବ୍ୟାପାର
ଅଜୟ ଟମଟା- ସଡ଼କ ପରିବହନ ଓ ରାଜମାର୍ଗ
ବନ୍ଦୀ ସଞ୍ଜୟ କୁମାର- ଗୃହ ବ୍ୟାପାର
କମଲେଶ ପାସଓ୍ଵାନ- ଗ୍ରାମାଞ୍ଚଳ ବିକାଶ
ଭାଗିରଥ ଚୌଧୁରୀ- କୃଷି ଓ କୃଷକ କଲ୍ୟାଣ
ସତୀଶ ଚନ୍ଦ୍ର ଦୁବେ- କୋଇଲ ଓ ଖଣି
ସଞ୍ଜୟ ସେଠ- ପ୍ରତିରକ୍ଷା
ରବନୀତ ସିଂ- ଖାଦ୍ୟ ପ୍ରକ୍ରିୟାକରଣ ଓ ରେଳ
ଦୁର୍ଗାଦାସ ଉଇକେ- ଆଦିବାସୀ
ରକ୍ଷା ନିଖିଲ ଖଡ଼ସେ- ଯୁବ ଓ କ୍ରୀଡ଼ା
ସୁକାନ୍ତ ମଜୁମଦାର- ଶିକ୍ଷା ଓ ପୂର୍ବୋତର ବିକାଶ
ସାବିତ୍ରୀ ଠାକୁର- ମହିଳା ଓ ଶିଶୁ ବିକାଶ
ତୋଖାନ ସାହୁ- ଗୃହ ଓ ସହରାଞ୍ଚଳ
ରାଜଭୂଷଣ ଚୌଧୁରୀ- ଜଳଶକ୍ତି
ଭୂପଥିରାଜୁ ଶ୍ରୀନିବାସ ବର୍ମା- ଭାରି ଶିଳ୍ପ ଓ ଇସ୍ପାତ
ହର୍ଷ ମାଲହୋତ୍ରା- କର୍ପୋରେଟ୍ ବ୍ୟାପାର, ସଡ଼କ ପରିବହନ, ରାଜମାର୍ଗ
ଏନ ଜେ ବାମ୍ଭାନିୟା- ଖାଉଟି କଲ୍ୟାଣ ଓ ଖାଦ୍ୟ ସାଧାରଣ ବଣ୍ଟନ
ମୂରଲୀଧର ମୋହଲ- ସମବାୟ, ବେସାମରିକ ବିମାନ ଚଳାଚଳ
ଜର୍ଜ କୁରିୟନ- ସଂଖ୍ୟାଲଘୁ, ମତ୍ସ୍ୟ, ପ୍ରାଣୀ ସଂପଦ
ପବିତ୍ର ମାର୍ଗେରିଟା- ବୈଦେଶିକ ବ୍ୟାପାର, ବୟନ ଶିଳ୍ପ