ଶୀତଳ ଷଷ୍ଠୀର ଶୁଭକାମନା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ


ଭୁବନେଶ୍ୱର: ଓଡ଼ିଶାର ସାଢେଚାରି କୋଟି ଜନମାନସର ପ୍ରିୟ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଓ ସମଗ୍ର ଓଡ଼ିଶାବାସୀଙ୍କୁ ପବିତ୍ର ଶୀତଳ ଷଷ୍ଠୀ ପର୍ବର ଶୁଭେଚ୍ଛା ଜଣାଇଛନ୍ତି ।
ସେ କହିଛନ୍ତି ଯେ ସମଗ୍ର ଓଡ଼ିଶାରେ ଶୀତଳ ଷଷ୍ଠୀ ପର୍ବ ଆରମ୍ଭ ହୋଇଛି । ଜଗତଜନନୀ ମାତା ପାର୍ବତୀ ମନ୍ଦିରରୁ ଚୟନ ହୋଇଥିବା ପିତାମାତାଙ୍କ ଘରକୁ ଆସନ୍ତି । ଆଦିକାଳରୁ ପାଳିତ ହୋଇଆସୁଥିବା ପରମ୍ପରା ଅନୁସାରେ ହର ପାର୍ବତୀଙ୍କ ଶୁଭବିବାହ ସମ୍ପନ୍ନ ହେବ । ଭଗବାନ ନବଦମ୍ପତି ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବାର ଏକ ଅନନ୍ୟ ପର୍ବ ହେଉଛି ଶୀତଳଷଷ୍ଠୀ ଯେଉଁଥିରେ ପରମ୍ପରା ଓ ଲୋକ ସଂସ୍କୃତି ଝଲସି ଉଠେ । ଶୀତଳଷଷ୍ଠୀ ପର୍ବ ହେଉଛି ଭାଇଚାରାର ପର୍ବ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବରେ ସାମିଲ ହୁଅନ୍ତି। ପ୍ରଚଣ୍ଡ ରୌଦ୍ରତାପରୁ ମୁକ୍ତି ପାଇ ଭଲ ବର୍ଷ ହେବାକୁ କାମନା କରନ୍ତି ।
ଦେବ ଦେବ ମହାଦେବ ଓ ମା ପାର୍ବତୀଙ୍କ ଶୁଭ ବିବାହ ଆନନ୍ଦ ଉଲ୍ଲାସରେ ସମ୍ପନ୍ନ ହେଉ । ତାଙ୍କର ଆଶୀର୍ବାଦରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ପ୍ରଗତି ଆସୁ, ଭଲ ବର୍ଷା ହୋଇ ଓଡ଼ିଶାର ଚାଷୀ ଭାଇ ମୁହଁରେ ହସ ଆଣିଦେଉ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥନା କରିଛନ୍ତି ।