Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ଫାଇନାଲ,କେବଳ ଘୋଷଣାକୁ ଅପେକ୍ଷା

ସମ୍ବଲପୁର,(ଡା.ରାଜାରାମ ଷଡଙ୍ଗୀ):ଆଉ କିଛି ସମୟର ବାକି ରହିଛି ।କିଏ ହେବେ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ଓଡିଶା ପାଇଁ ଆସୁଥିବା ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ।ଆସନ୍ତା କାଲି ବିଧାୟକ ଦଳ ବୈଠକ ବସି ଏ ସଂପର୍କରେ ନିଷ୍ପତ୍ତି ନିଆଯିବ।
ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମତେ ବିଜେପି ଓଡିଶାରେ ସଂଖ୍ୟାଗରିଷ୍ଟ ଭାବେ ଉଭା ହୋଇଛି।ବିଶେଷ ଭାବରେ ପଶ୍ଚିମ ଓଡିଶାରେ ବିଜେପି ପ୍ରତିନିଧିତ୍ୱ ସଂଖ୍ୟା ଅନ୍ୟ ଅଞ୍ଚଳ ତୁଳନାରେ ଯଥେଷ୍ଟ ରହୁଛି।ତେଣୁ ବିଜେପିର ଏହି ପ୍ରଥମ ସରକାର ରେ ପଶ୍ଚିମ ଓଡିଶାରୁ ହିଁ ଜଣେ ଟାଣୁଆ ଓ ନିଷ୍କଳଙ୍କ ସଦ୍ୟ ନିର୍ବାଚିତ ବିଧାୟକ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏହା ନିଶ୍ଚିତ ହୋଇସାରିଛି।ଏ ସଂପର୍କରେ ବିଜେପି ପାର୍ଲିଆମେଣ୍ଟ କମିଟିରେ ମଧ୍ୟ ମୋହର ବାଜି ସାରିଛି।ଆସନ୍ତା କାଲି ବିଧାୟକ ଦଳ ବୈଠକ ବସି ଏ ସଂପର୍କରେ ନିଷ୍ପତ୍ତି ନିଆଯାଇ ମୁଖ୍ୟମନ୍ତ୍ରୀ କିଏ ହେବେ ପରଦା ପଟରୁ ସସପେନ୍ସ ଉଠାଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଘୋଷଣା କରିବେ ।
ତେବେ ଯିଏବି ମୁଖ୍ୟମନ୍ତ୍ରୀ ହେବେ ସେ ନିଶ୍ଚିତ ଭାବରେ ବିଧାୟକ ହୋଇଥିବେ ଓ ନିର୍ବିବାଦୀୟ ଓ ନିଷ୍କଳଙ୍କ ଗୁଣି ଜ୍ଞାନୀ ବ୍ୟକ୍ତି ହୋଇଥିବେ।ବିଜେପି ପରଦା ପଛରୁ କାହାକି ଆଣି ପୁଣି ଉପନିର୍ବାଚନ ସପକ୍ଷରେ ନଥିବାରୁ ପଶ୍ଚିମ ଓଡିଶାରୁ ହିଁ ମୁଖ୍ୟମନ୍ତ୍ରୀ ହେଉଥିବା ନିଶ୍ଚିତ ଜଣାପଡୁଛି।ସେହି ଦୃଷ୍ଟିକୋଣରୁ ସମ୍ଭବତଃ ବ୍ରଜରାଜ ନଗର ବିଧାନସଭା ଭଳି ବିଜେଡି ଗଡରୁ ବହୁମତରେ ବିଜୟୀ ହୋଇଥିବା ଓ ସେହି ପ୍ରଭାବରେ ଝାରସୁଗୁଡା ଆସନ ମଧ୍ୟ ବିଜେପି ହାତକୁ ଆସିଥିବା ଯୋଗୁଁ ଏହାର ଶ୍ରେୟ ସୁରେଶ ପୂଝାରୀଙ୍କ ନିକଟକୁ ଯାଉଛି।
ସେମିତିରେ ସୁରେଶ ଜଣେ ଦକ୍ଷ ରାଜନୈତିଜ୍ଞ।ଅଭିଜ୍ଞ ବ୍ୟକ୍ତିତ୍ୱ।ଓଡିଆ ଭାଷା ସାହିତ୍ୟ,ସଂସ୍କୃତିର ଅମଳିନ ଅସ୍ମିତା।ନିର୍ମଳ ଭାବମୂର୍ତ୍ତି ସହ ସାଂଗଠନିକ ଦକ୍ଷତା ରହିଥିବା ଯୋଗୁଁ ସମ୍ଭବତଃ କେନ୍ଦ୍ର ବିଜେପି ସୁରେଶଙ୍କ ଉପରେ ଭରସା କରିବା ସ୍ୱାଭାବିକ।
ଅନ୍ୟ ପକ୍ଷରେ ସୁରେଶ ଯେତେବେଳେ ଯେଉଁ ଦାୟିତ୍ୱ ନେଇଛନ୍ତି ତାହାକୁ ସକରାତ୍ମକ ଭାବେ ନିଜର କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିଛନ୍ତି।ଦଳର ରାଜ୍ୟ ସଭାପତି ଥିବା ସମୟରେ ବିଜେପି-ବିଜେଡି ମେଣ୍ଟ ସରକାରରେ ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ସଂପାଦନ କରିଥିବା ବେଳେ ବିଭିନ୍ନ ରାଜ୍ୟ ପ୍ରଭାରୀ ହୋଇ ରାଜ୍ୟ ଗୁଡିକର ସମ୍ମାନ ରକ୍ଷା ଦିଗରେ ଭୂମିକା ନିର୍ବାହ କରିଛନ୍ତି। ଜଣେ ସ୍ୱାଭିମାନି ଓ ସର୍ବସମ୍ମତ ଜନ ନେତା ଭାବେ ତାଙ୍କର କ୍ଷାତି ରହିଛି।କନ୍ଧମାଳ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାରେ ସଂଘ ପରିବାରର ଆଇନଜ୍ଞ ଭାବେ ସୁରେଶ ପୂଝାରୀ ଦାୟିତ୍ୱ ନେଇ ଉଭୟ ସଂଘ ପରିବାର ଓ ବିଜେପିର ଆସ୍ଥା ଭାଜନ ହୋଇପାରିଛନ୍ତି।
ଏହି ସବୁ ଦୃଷ୍ଟିକୋଣରୁ ଓଡିଶାରେ ଗଠନ ହେବାକୁ ଯାଉଥିବା ବିଜେପିର ପ୍ରଥମ ସରକାରରେ ପଶ୍ଚିମ ଓଡିଶାର ରଶ୍ମି କୁହାଯାଉଥିବା ସୁରେଶ ପୂଝାରୀ ମୁଖ୍ୟମନ୍ତ୍ରୀ ତାଲିକାର ସର୍ବାଗ୍ରେ ରହିଛନ୍ତି ଏଥିରେ ତିଲେମାତ୍ର କୌଣସି ସନ୍ଦେହ ନାହିଁ।କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା ରହୁଛି।