ଯବାନଙ୍କ ମୃତଦେହ ଜବତ, ମୁଣ୍ଡଗଣ୍ଡି ଅଲଗା


କୋରାପୁଟ: କୋରାପୁଟ ଜିଲ୍ଲାରେ ଜଣେ ଯବନାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ମୁଣ୍ଡ ଶରୀରରୁ ଅଲଗା ଅବସ୍ଥାରେ ମିଳିଛି । ଶବ ଲାଣ୍ଡିଗୁଡା ନୂଆ କଲୋନୀ ନିକଟ ରେଲୱେ ଟ୍ରାକରୁ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ ବିଏସଏଫ୍ ଯବାନ ଧୃବରାଜ ପ୍ରଧାନ । ଧୃବରାଜଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ବନହରପାଲ୍ଲୀ ଥାନା ଅଞ୍ଚଳରେ ।

ଗତକାଲି ସକାଳେ ଯବାନ ଜଣଙ୍କ ବିଏସଏଫ୍ କ୍ୟାମ୍ପକୁ ଡ୍ୟୁଟିକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ । ଘରକୁ ଫେରିବା ବିଳମ୍ବ ହେବାରୁ ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ବିଭିନ୍ନ ସ୍ଥାନରେ ଖୋଜଖବର ନେଇଥିଲେ ବି ତାଙ୍କୁ ପାଇ ନଥିଲା । ଆଜି ସକାଳେ ଯବାନଙ୍କ ମୃତଦେହ ରେଲୱେ ଟ୍ରାକରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।