ୱାଡମେମ୍ବର,ସରପଞ୍ଚ୍ ରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ


ଭୁବନେଶ୍ବର:ପ୍ରତୀକ୍ଷାର ଅନ୍ତ ଘଟିଛି।ସଂଖ୍ୟା ଗରିଷ୍ଟ ଭୋଟ ପାଇ ବିଜେପି କ୍ଷମତାକୁ ଆସିବା ପରେ ବିଳମ୍ଭରେ ହେଲେ ମଧ୍ୟ ୨୪ ବର୍ଷ ପରେ ଓଡିଶା ପାଇଛି ନୂଆ ମୁଖ୍ୟମନ୍ତ୍ରୀ। ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାଁରେ ମୋହର ବାଜିଛି। ବୁଧବାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ଗ୍ରହଣ କରିବେ। ଏନେଇ ଜନତା ମଇଦାନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ତେବେ ସବୁଠୁ ବଡ କଥା ହେଲା ମୋହନ ମାଝୀ ୱାଡମେମ୍ବର,ସରପଞ୍ଚ୍ ରୁ ପାହାଚ ପରେ ପାହାଚ ଚଢ଼ି ଶେଷରେ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି।ଆଉ ଏଭଳି କଥା ତାଙ୍କ ପରିବାରର ବିଭିନ୍ନ ସଦସ୍ୟ ଗଣମାଧ୍ୟମକୁ ଜଣାଇ ଏଭଳି ଖୁଲାସା କରିଛନ୍ତି।
ଆଜି ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ ଭାଜପା କାର୍ଯ୍ୟାଳୟଠାରେ ବିଧାୟକ ଦଳର ବୈଠକ ବସିଥିଲା। ବୈଠକରେ ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ଭାବେ ମୋହନ ମାଝୀ ନାଁ ଚୟନ କରାଯାଇଥିଲା। ସୂଚନା ଯୋଗ୍ୟ, ୨୦୨୪ ବିଧାନସଭା ନିର୍ବାଚନରେ ଭାଜପା ୭୮ ଆସନ ଜିତି ବହୁ ମତ ହାସଲ କରିଛି। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ରଙ୍କ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ସମସ୍ତ ନବ ନିର୍ବାଚିତ ବିଧାୟକ ଉପସ୍ଥିତ ଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ ଓ ସେମାନେ ହେଲେ କେ.ଭି ସିଂହଦେଓ ଓ ପ୍ରତିଭା ପରିଡା ବୋଲି ଘୋଷଣା କରାଯାଇଛି।
ତେବେ ପୁର୍ବରୁ ଯେଉଁ ମାନଙ୍କ ନାମ ସାମ୍ନାକୁ ଆସୁଥିଲା ତାହା ଫସର ଫାଟିଥିବା ବେଳେ ଆସନ୍ତାକାଲି ହେବାକୁ ଥିବା ନୂଆଁ ମନ୍ତ୍ରୀମଣ୍ଡଳରେ କିଏ ସବୁ ରହୁଛନ୍ତି ତାକୁ ନେଇ ଆଗାମୀ ସରକାରର ଭବିଷ୍ୟତ କଣ ହେବ ଜଣା ପଡିବ ।