Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଣି ରେ ବୁଡି ଦୁଇ ଯୁବକ ମୃତ।

ହାଟଡିହୀ,୧୨।୬: କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଧୀନ ଶାଳନ୍ଦୀ ନଦୀ ହଦଗଡ ଡ୍ୟାରେ ଗାଧୋଉଥିବାବେଳେ ୨ ଜଣ ଜଣ ଛାତ୍ର ପାଣିରେ ବୁଡି ପ୍ରାଣ ହରାଇଥ‌ିବା ସୂଚନା ମିଳିଛି। ତେବେ ଏହି ୨ ଜଣଙ୍କର ପ୍ରକୃତ ପରିଚୟ ଜଣାପଡି ନ ଥୂବାବେଳେ ଏମାନେ ଭଦ୍ରକ ଜିଲା ଅଧୀନ ଏକ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି କୁହାଯାଉଛି। ସୋସୋ ଥାନା ଅଧୂକାରୀ ବିଜୟ ବିହାରୀ କହିଛନ୍ତି, ୨ ଜଣ ଗାଧୋଉଥିବାବେଳେ ପାଣିରେ ବୁଡି ପ୍ରାଣ ହରାଇଛନ୍ତି। କିନ୍ତୁ ସେମାନଙ୍କ ପ୍ରକୃତ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ପାଣିରେ ଭାସୁଥ‌ିବା ମୃତଦେହକୁ ଅଗ୍ନିଶମ ବିଭାଗ ଆସିବା ପରେ ଉଦ୍ଧାର କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ