Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତୀ ଆକ୍ରମଣରେ ମହିଳା ଗୁରୁତର,ସଦର ଡାକ୍ତରଖାନାରେ ଭର୍ତ୍ତି

ସମ୍ବଲପୁର (ଗୌଡ଼ପାଲି):କମୁନି ହାତୀ ବିତ୍ପାତ।ଦିନକୁ ଦିନ ବଢି ନଷ୍ଟ ହେଉଛି ଧନ ଜୀବନ।ଗତ କିଛି ଦିନ ଧରି ଅଞ୍ଚଳରେ ହାତୀମାନଙ୍କ ଦ୍ଵାରା ଉପଦ୍ରବ ଜାରି ରହିଛି। କେତେବେଳେ ଘର ଭାଙ୍ଗି ଧାନ ଚାଉଳ ଖାଉଛନ୍ତି ତ ଆଉ କେତେବେଳେ ଫସଲ ନଷ୍ଟ କରୁଛନ୍ତି। ପ୍ରତ୍ୟହ ଅପରାହ୍ନ ପରେ ହାତୀ ପଲ ବାହାରି ଗାଁ ମୁହାଁ ହେଉଛନ୍ତି।
ତେବେ ଗତ ମଙ୍ଗଳବାର ରାତିରେ ଗୌଡ଼ପାଲି ସେକ୍ସନ ଅନ୍ତର୍ଗତ କୁସୁଲି ଗ୍ରାମରେ ଚନ୍ଦ୍ରଶେଖର ଭୋସାଗରଙ୍କ ଘର ଭାଙ୍ଗି ଗୋଟିଏ ବସ୍ତା ଧାନ ଘର ଭିତରୁ ଟେକି ନେଇ ଗୋଟିଏ ହାତୀ ଖାଇ ଦେଇଛି। ତାପରେ ଉକ୍ତ ହାତୀଟି କୁସୁଲି ଗ୍ରାମରୁ ଆସି ରାତି ଅଢେ଼ଇଟା ସମୟରେ ଗୌଡ଼ପାଲି ହରିଜନ ପଡ଼ାକୁ ଆସିଥିଲା। ସେଠାରେ ପଡ଼ା ଲୋକେ ଖରା ଦିନ ଯୋଗୁଁ ଘର ବାହାରେ ଶୋଇଥିଲେ। ତେବେ ପଡ଼ାର ଅମୂଲ୍ୟ ସିଂଙ୍କ ସ୍ତ୍ରୀ ମଥୁରା ସିଂ ଗୋଟିଏ ରଶି ଖଟରେ ଶୋଇଥିବା ବେଳେ ଉକ୍ତ ହାତୀଟି ମଥୁରାକୁ ଖଟ ସହିତ ଟେକି କଚାଡି ଦେଇ ସେଠାରୁ ଚାଲି ଯାଇଥିଲା। ଏଥିରେ ମଥୁରା ସିଂ ଗୁରୁତର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକେ ଓ ପଡ଼ାବାସୀ ଆମ୍ବୁଲାନ୍ସ ଡାକି ସମ୍ୱଲପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ। ଖବର ଅନୁଯାୟୀ ମଥୁରାଙ୍କ ପଞ୍ଜରା ହାଡ ଓ ମେରୁଦଣ୍ଡ ରେ ଆଘାତ ହୋଇଛି। ତେବେ ଆଜି ସକାଳେ ଘଟଣା ସମ୍ପର୍କରେ ଖବର ପାଇ ଗୌଡପାଲି ଫରେଷ୍ଟର ଭେଙ୍କଟେଶ୍ୱର ପିଙ୍ଗ, ଫରେଷ୍ଟ ଗାର୍ଡ ସଞ୍ଜୀବ କିସାନ ଓ ଅନ୍ୟ କର୍ମଚାରୀମାନେ ଡ଼ାକ୍ତରଖାନାରେ ପହଞ୍ଚି ମଥୁରାଙ୍କ ଅବସ୍ଥା ସମ୍ପର୍କରେ ବୁଝି କିଛି ଆର୍ଥିକ ସାହାଯ୍ୟ କରି ଥିଲେ ବୋଲି ସୂଚନା ମିଳିଛି। ପରେ ରିପୋର୍ଟ ଅନୁସାରେ ମଥୁରାଙ୍କୁ ସରକାରୀ ସାହାଯ୍ୟ ପ୍ରଦାନ କରାଯିବ ବୋଲି ଜଙ୍ଗଲ ବିଭାଗ ତରଫରୁ ସୂଚନା ମିଳିଛି।
ତେବେ ପ୍ରତିଦିନ ହାତୀମାନେ ଗାଁ ମୁହାଁ ହେବା ଦ୍ବାରା ଅଞ୍ଚଳବାସୀ ଆତଙ୍କିତ ହୋଇ ରାତ୍ରି ଅନିଦ୍ରା ହୋଇ ରହୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ