Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପଲିମା ଓ ବୁର୍ଲାରେ ତ୍ୟାଗ ପଛରୁ ରକ୍ତଦାନ ଶିବିର,ବରିଷ୍ଠ ରକ୍ତଦାତା ସମ୍ବର୍ଦ୍ଧିତ

ସମ୍ବଲପୁର: ବିଶ୍ଵ ରକ୍ତଦାତା ଦିବସ ଉପଲକ୍ଷେ ଅଗ୍ରଣୀ ରକ୍ତଦାନ ସଂସ୍ଥା ତ୍ୟାଗ ପକ୍ଷରୁ ଚିପିଲିମା ଓ ବୁର୍ଲା ପାୱାର ହାଉସ କର୍ପୋରେଟ କାର୍ଯ୍ୟାଳୟରେ ଦୁଇଟି ଭିନ୍ନ ଭିନ୍ନ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି ! ବୁର୍ଲାର ଶିବିରରେ ବୁର୍ଲା ପାୱାର ହାଉସ ୟୁନିଟ ମୂଖ୍ୟ ଇଂଜିନିୟର ଦେବାଶିଷ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାତାଙ୍କୁ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଏହି ଅବସରରେ ତ୍ୟାଗର ପ୍ରଚାର ପୁସ୍ତିକା ” ତା ଜୀବନ ଧନ୍ୟ ଯେ କରେ ରକ୍ତଦାନ’କୁ ମଧ୍ୟ ଉନ୍ମୋଚନ କରିଥିଲେ। ବୁର୍ଲା ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ରର ଘୋର ଅଭାବକୁ ଆଜିର ଏ ଶିବିର କିଛି ମାତ୍ରାରେ ଲାଘବ କରିବ ବୋଲି ମୁଖ୍ୟ ଅତିଥି କହିଥିଲେ।ବିଶ୍ଵ ରକ୍ତଦାତା ଦିବସ ପାଇଁ ତ୍ୟାଗ ଏ ଶିବିର ଆୟୋଜନ କରିଥିବା ହେତୁ ପ୍ରଶଂସା କରିଥିଲେ ଓ ସବୁ ଜୀବନ ଦାତାଙ୍କୁ ଧନ୍ୟବାଦ୍ ଦେଇଥିଲେ ।
ସେହିପରି ଚିପିଲିମା ହେଲଥ୍ ସେଣ୍ଟରରେ ଅନୁଷ୍ଠିତ ୨ୟ ରକ୍ତଦାନ ଶିବିରରକୁ ଚିପିଲିମା ପାୱାର ହାଉସ ଟେକ୍ନିକାଲ ୟୁନିଟ ହେଡ଼ ଇଂଜିନିୟର ଗଣେଶ ମହାପାତ୍ର ଉଦଘାଟନ କରି ରକ୍ତଦାତାଙ୍କୁ ପ୍ରଶଂସାପତ୍ର ଦେଇ ସମ୍ମାନିତ କରିଥିଲେ।ତ୍ୟାଗ ପକ୍ଷରୁ ପ୍ରକାଶିତ ଦ୍ଵିତୀୟ ପ୍ରଚାର ପୁସ୍ତିକା “ରକ୍ତଦାତା ଜୀବନ ଦାତା “କୁ ସେ ଉନ୍ମୋଚନ କରିଥିଲେ ! ସ୍ଵେଚ୍ଛାକୃତ ରକ୍ତଦାନର ବ୍ୟାପକ ସଚେତନତା ଓ ପ୍ରଚାର ପାଇଁ ତ୍ୟାଗର ଉଭୟ ପ୍ରଚାର ପୁସ୍ତିକା ବହୁତ୍ କାମରେ ଆସିବ ବୋଲି ଶ୍ରୀ ମହାପାତ୍ର କହିଥିଲେ ! ଶିବିର ପାଇଁ ତ୍ୟାଗର ସ୍ବେଛାସେବୀ ଓ ବୁର୍ଲା ରକ୍ତ ଭଣ୍ଡାର ଅଧିକାରୀଙ୍କୁ ଧନ୍ୟବାଦ୍ ଦେଇଥିଲେ।ଆୟୋଜିତ ୨ ଶିବିରରେ ସମୁଦାୟ ୫୧ ଜଣ ରକ୍ତଦାନ କରିଥିଲେ।ବିଶ୍ୱ ରକ୍ତଦାତା ଦିବସ ଅବସରରେ ବୁର୍ଲା’ସମ୍ବଲପୁର ଓ ଚିପିଲିମାର ୨୨ ଜଣ ବରିଷ୍ଠ ରକ୍ତଦାତାଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ! ଆସନ୍ତା କାଲି ୧୪ ଜୁନ ୨୦୨୪ ବିଶ୍ଵ ରକ୍ତଦାତା ଦିବସ ପାଳନ ଅବସରରେ ତ୍ୟାଗ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ବୁର୍ଲା ରକ୍ତ ଭଣ୍ଡାରରେ ଆୟୋଜନ ହେବ।ଶିବିରରେ ଦୁଇ ଶତାଧିକ ସ୍ବେଚ୍ଛାସେବୀ ରକ୍ତଦାନ କରିବାର ଲକ୍ଷ ଧାର୍ଯ୍ୟ ହୋଇଛି।୫୦ ଜଣ ବରିଷ୍ଟ ମହିଳା ଓ ପୁରୁଷ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିବା ସଂଯୋଜକ ବିରଞ୍ଚି ମହାପାତ୍ର,ଦଶରଥ ଦାସ ଓ ଲାଲୁ ବିଶ୍ଵାସ ଜଣାଇଛନ୍ତି।ଆସନ୍ତାକାଲି ଶିବିରରେ ରକ୍ତଦାନ କରିବା ପାଇଁ ଜନସାଧାରଣଙ୍କୁ ତ୍ୟାଗ ପକ୍ଷରୁ ନିବେଦନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ