Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସରକାରୀ ଜାଗାକୁ ନେଇ ଗୋଷ୍ଠୀ ସଂଘର୍ଷ, ୧୧ ଆହତ

ନବରଙ୍ଗପୁର: ନବରଙ୍ଗପୁରରେ ଏକ ସରକାରୀ ଜାଗାକୁ ନେଇ ଗୋଷ୍ଠୀ ସଂଘର୍ଷ । ଆକ୍ରମଣ ଓ ପ୍ରତିଆକ୍ରମଣରେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ରାଇଘର ହାତୀନେବା ଗାଁରେ ଘଟିଛି ।

ମିଳିଥିବା ସୂଚନା ଅନୁସାରେ, ହାତୀବେନା ଗାଁରେ ପ୍ରାୟ ଏକ ବର୍ଷ ଧରି ଏକ ସରକାରୀ ଜମିରେ ବସବାସ କରୁଥିବା ଏକ ଗୋଷ୍ଠୀ ସହିତ ଗ୍ରାମର ଅନ୍ୟ କିଛି ଲୋକଙ୍କ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ବହୁ ବର୍ଷ ହେଲା ସେଠାରେ ବସବାସ କରୁଥିବା ପରିବାର ଲୋକଙ୍କୁ ହଟାଇବାକୁ ଯାଇ ଏହି ବିବାଦ ଚାଲିଥିଲା । ଯାହାକୁ ନେଇ ଉଭୟ ପକ୍ଷ ରାଇଘର ଥାନାର ଦ୍ୱାରସ୍ଥ ହୋଇଥିଲେ । ଏଥିସହ ଘଟଣାର ସମାଧାନ ନିମନ୍ତେ ଜିଲ୍ଲା ପ୍ରଶାସନ, ରାଇଘର ତହସିଲଦାର ଓ ପୋଲିସ ପ୍ରଶାସନ ମଧ୍ୟ ଉଭୟ ପକ୍ଷକୁ ବୁଝାସୁଝା କରିଥିଲା । ହେଲେ ବିବାଦର କୌଣସି ସମାଧାନ ହୋଇପାରି ନଥିଲା ।

ତେବେ ଗତକାଲି ଏହି ବିବାଦ ଉଗ୍ରରୂପ ଧାରଣ କରିଥିଲା । ଉଭୟ ଗୋଷ୍ଠୀ ପରସ୍ପରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯେଉଁଥିରେ ଉଭୟ ପକ୍ଷର ୧୧ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରୁ କିଛି ଗୁରୁତରଙ୍କୁ  ଉମରକୋଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଏ ନେଇ ଉଭୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

More Stories