ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଗୁରୁବାର କାଳ ବୈଶାଖୀ ଝଡବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି l ମଣ୍ଡିରେ ପଡି ରହିଥିବା ଧାନ ବର୍ଷା ପାଣିରେ ଭିଜି ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି I ବୀରମହାରାଜପୁର ନିକଟସ୍ଥ ଉଫୁଳା ମଣ୍ଡି ଓ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ସ୍ଥିତ ମାଁ କlଲେଶ୍ଵରୀ ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ ଧାନ କିଣା ହେଉଥିବା ମଣ୍ଡିରେ ଚାଷିଙ୍କ ଧାନ ବର୍ଷାରେ ଭିଜିଥିବା ଅଭିଯୋଗ ହୋଇଛି l ଉଫୁଳା ଫ୍ୟାକ୍ସ ଅନ୍ତର୍ଗତ ଖମେଶ୍ୱରୀପାଲି ଗ୍ରାମ ବିଜୟ ନାମକ ଏକ ଚାଷୀ ର 400 ପ୍ୟାକେଟ୍ ଧାନ ମଣ୍ଡିକୁ ଆଣିଥିବାବେଳେ ବର୍ଷା ରେ ଭିଜି ଯାଇଥିବା ଅଭିଯୋଗ କରନ୍ତି I ସେହିପରି ମଣ୍ଡିରେ ରଖିଥିବା ଅନ୍ୟ ଚାଷିଙ୍କ ପ୍ରାୟ 2 ହଜାରରୁ ଅଧିକ ପ୍ୟାକେଟ ଧାନ ବର୍ଷା ପାଣିରେ ଭିଜି ଯାଇଥିବା ଅଭିଯୋଗ ହୁଏ l କଳାପଥର ଗାଁ ର ମା କାଲେଶ୍ୱରୀ ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ କିଣା ଯାଉଥିବା ଧାନ ମଣ୍ଡିର ଅବସ୍ଥା ମଧ୍ୟ ତଦ୍ରୁପ l ଖୋଳା ଆକାଶ ତଳେ 5 ହଜାର କୁଇଣ୍ଟାଲ ଧାନ ପଡି ରହିଥିବା ପ୍ରକାଶ I ଶୁକ୍ରବାର ସକାଳେ ଚାଷୀମାନେ ନିଜ ଭିଜିଲା ଧାନକୁ ଶୁଖାଇବାକୁ ଚେଷ୍ଟା କରୁଥିବା ଦେଖାଯାଇଛି l ଏଥିପ୍ରତି ପ୍ରଶାସନିକ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି I