ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ ସମ୍ବଲପୁର ବିଜେପି ପକ୍ଷରୁ ମାଁ ସମଲେଇ ଙ୍କ ବାନ୍ଧ କଳା ପ୍ରତିକୃତି ପ୍ରଦାନ


ସମ୍ବଲପୁର:ଇତିମଧ୍ୟରେ ଦୀର୍ଘ ୨୫ ବର୍ଷ ରଶାସନ ସରିଲା ପରେ ଭାରତୀୟ ଜନତା ପାର୍ଟି ନେତୃତ୍ୱ ରେ ଓଡିଶା ରେ ନୂତନ ସରକାର ଶାସନ ଭାର ନେଇଛି l ପ୍ରଥମ ବିଜେପି ସରକାର ରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ପାଇଛନ୍ତି ଓଡିଶା ର ଆଦିବାସୀ ଚେହେରା ତଥା କେନ୍ଦୁଝର ରୁ ଚାରି ଥର ନିର୍ବାଚିତ ହୋଇଥିବା ଶ୍ରୀ ମୋହନ ମାଝୀ l
ଏହି ପରିପେକ୍ଷି ରେ ଦୀର୍ଘ ବର୍ଷ ପରେ ଓଡିଶା ପ୍ରଦେଶ ରେ ସରକାର କୁ ଆସିଥିବା ବିଜେପି ସରକାର କୁ ନେଇ ଅନେକ ଆସ୍ଥା ରଖିଛନ୍ତି ଓଡିଶାବାସୀ l
ସମ୍ବଲପୁର ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ରାଜ୍ୟ ର ନୂତନ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭୁବନେଶ୍ୱର ଅତିଥି ଭବନ ରେ ସାକ୍ଷାତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି l ବିଜେପି ର ବରିଷ୍ଠ ନେତା ସୂର୍ଯ୍ୟ ପାଣିଗ୍ରାହୀ ଙ୍କର ନେତୃତ୍ୱ ରେ ଯାଇଥିବା ନେତୃବର୍ଗ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଙ୍କୁ ସମ୍ବଲପୁରୀ ବାନ୍ଧ କଳା ରେ ତିଆରି ଅଧିଷ୍ଠାତ୍ରୀ ଦେବୀ ଙ୍କର ଏକ ପ୍ରତିକୃତି ପ୍ରଦାନ କରିବା ସହ ଉପଢୌକନ ଓ ପୁଷ୍ପ ଗୁଚ୍ଛ ସମ୍ବଲପୁର ସହର ର ବିଭିନ୍ନ ସମସ୍ୟା ତଥା ପଶ୍ଚିମ ଓଡିଶା ର ଦ୍ରୁତ ବିକାଶ ଦିଗରେ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ l ମାଁ ସମଲେଶ୍ୱରୀ ମନ୍ଦିର ତଥା ଅନ୍ୟ ପୁରାତନ ମନ୍ଦିର ର ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଙ୍କୁ ଅନୁରୋଧ କରିଥିଲେ l ବିଜେପି ର ବରିଷ୍ଠ ନେତା ଶ୍ରୀ ପାଣିଗ୍ରାହୀ ଙ୍କର ସହ ସବିତା ନନ୍ଦ, ସରୋଜ ସାହୁ, ଦେଓକିରଣ ପଟ୍ଟନାୟକ, ଶ୍ରୀକାନ୍ତ ପାଣିଗ୍ରାହୀ, ପୂରନ ସାହୁ, ଡାକ୍ତର ପ୍ରଭାସ ଦେବତା, ଅରୁଣ ଶର୍ମା ପ୍ରମୁଖ ଏହି ସମ୍ବର୍ଦ୍ଧନା ଅବସରରେ ଉପସ୍ଥିତ ଥିଲେ l