Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବ୍ଲକ ଅଞ୍ଚଳରେ ପାନୀୟଜଳ ସମସ୍ୟା ଅନୁଧ୍ୟାନ କଲେ ନବ ନିର୍ବାଚିତ ବିଧାୟକ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଟାଙ୍ଗରସାହି, କେନ୍ଦୁପାଲି , ଲୁମୁରଯେନା , ଟିକିରାପଡା , କୁଶାଦାଦର ଆଦି ବିଭିନ୍ନ ଗ୍ରାମରେ ଏବେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲାଙ୍କ ପରାମର୍ଶ କ୍ରମେ ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ଅଧିକାରୀମାନେ ବିଭିନ୍ନ ଗ୍ରାମକୁ ଗସ୍ତ କରି ଲୋକଙ୍କ ସହ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରିଥିବା ଜଣାଯାଇଛି। ବିଭାଗ ପକ୍ଷରୁ ନିର୍ବାହୀ ଯନ୍ତ୍ରୀ ତପନ ପଧାନ , ସହକାରୀ ଯନ୍ତ୍ରୀ ରଞ୍ଜନ ପଟେଲ , କନିଷ୍ଠ ଯନ୍ତ୍ରୀ ମଞ୍ଜୁଲତା ଗୌଡ଼ ପ୍ରମୁଖ ବ୍ଲକର ଏସବୁ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରେ ବିଜେପି ଦଳର ବେଣୁଧର ଦାସ , ସୁବଳୟା ମଣ୍ଡଳ ସଭାପତି ଶରତ ମିଶ୍ର , ବିପିନ ପଣ୍ଡା , ସୁମନ୍ତ ଜଗଦଲା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ଅନେକ ସ୍ଥାନରେ ପାଇପ୍ ଫାଟି ଯାଇଥିବା ବେଳେ ତାକୁ ତୁରନ୍ତ ମରାମତି କରି ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ଯନ୍ତ୍ରୀମାନେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ