Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଦାନୀପାଲି ଛୁରୀ ମାଡ ଘଟଣା:ମାଁ ଗୁରୁତର ଝିଅ ଜୀବନ ସଂକଟାପନ୍ନ

ସମ୍ବଲପୁର:୧୪ ତାରିଖରେ ଦାନୀ ପାଲିରେ ଘଟିଥିବା ଜଘନ୍ୟ ଛୁରୀ ଭୂଷିବା ଘଟଣାରେ ଇନ୍ଦୁ ଦାଶ ଗୁରୁତର ଭାବରେ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଝିଅ ପାୟଲଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେ ମୃତ୍ୟୁ ସହ ଯୁଝୁଛନ୍ତି । ବୁର୍ଲା ମେଡ଼ିକାଲରେ ତାଙ୍କର ଚିକିତ୍ସା ସମ୍ଭବପର ନହେବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନା ( ସମଲେଶ୍ବରୀ ହସ୍ପିଟାଲ)ରେ ଭର୍ତ୍ତି କରାଯାଇଛି। ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କର ରକ୍ତସ୍ରାବ ବନ୍ଦ ହେଉନାହିଁ। ରକ୍ତଚାପ ବହୁ ତଳକୁ ଖସିଯାଇଛି। ଶ୍ଵାସ ନଳୀ କ୍ଷତିଗ୍ରସ୍ତ ହୋଇଛି।ବର୍ତ୍ତମାନକୁ ଜୀବନ ପ୍ରତି ବିପଦ ଥିବା କୁହାଯାଉଛି।