Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶରେ ନିଅଣ୍ଟିଆ ମୌସୁମୀ ବର୍ଷା:ସାରା ଦେଶରେ କୃଷି କାର୍ଯ୍ୟ ପ୍ରଭାବିତ,ଦକ୍ଷତା ଦେଖାଇବ କିଏ ?

ସମ୍ବଲପୁର,(ରାଜାରାମ ଷଡଙ୍ଗୀ): ଚଳିତବର୍ଷ ବତ୍ତର୍ମାନ ସୁଦ୍ଧା ଦେଶରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି। ମୁଖ୍ୟତଃ ବର୍ଷାଜଳ ‌ଉପରେ ଚାଷ ନିର୍ଭରଶୀଳ ହୋଇଥାଏ।ହେଲେ ଅନିୟମିତ ବର୍ଷା ଚାଷକୁ କାର୍ଯ୍ଯକୁ ପ୍ରଭାବିତ କରିଥାଏ।ଆଇଏମଡି ରିପୋର୍ଟ ଅନୁଯାୟୀ , ଦକ୍ଷିଣର ମାତ୍ର ଅଳ୍ପ କିଛି ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ସବୁ ଅଞ୍ଚଳରେ ଚଳିତ ଜୁନ୍‌ ୧ରୁ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି। କିଛି ଉତ୍ତରପଶ୍ଚିମ ରାଜ୍ୟରେ ଗ୍ରୀଷ୍ମଲହରୀ ଯୋଗୁଁ ଅତି ସାଂଘାତିକ ସ୍ଥିତି ଉପୁଜିଛି।
ମୌସୁମୀ ବର୍ଷା ସାଧାରଣତଃ ଦକ୍ଷିଣ ଭାରତରେ ପ୍ରାୟ ଜୁନ୍‌ ୧‌ରେ ଆରମ୍ଭ ହୁଏ ଏବଂ ଜୁଲାଇ ୮ ସୁଦ୍ଧା ଏହା ଦେଶବ୍ୟାପୀ ପହଞ୍ଚିଥାଏ। ଧାନ, ତୁଳା, ସୋୟାବିନ, ଆଖୁ ଭଳି ଗୁରୁତ୍ବପୂର୍ଣ୍ଣ ଫସଲ ଚାଷ ପାଇଁ ଭାରତକୁ ବର୍ଷାଜଳ ଉପରେ ନିର୍ଭର କରିବାକୁ ପଡ଼େ। ତେଣୁ ନିଅଣ୍ଟିଆ ବର୍ଷାଜଳ ଚାଷ ଉପରେ ବ୍ୟାପକ ପ୍ରଭାବ ପକାଇବ ଏବଂ ଏହାଦ୍ବାରା ଖାଦ୍ୟ ଶସ୍ୟ ଉତ୍ପାଦନ କମି ଦେଶର ଆର୍ଥିକ ବିକାଶରେ ବାଧା ଉପୁଯିବା ଆଶଙ୍କା ରହିଥାଏ।
ତେବେ ନିଜ ବାଡି ବଗିଚାରେ ଆଳୁ,ପିଆଜ,ଅଦା,ରସଣ ଠାରୁ ଆରମ୍ଭ କରି ସବୁଜ ପନିପରିବା,ଶାଗ ଓ ଡାଲି ଜାତୀୟ ଖାଦ୍ୟ ପାଇଁ ଜଳ ସେଚନର ଖୁବ୍ ଆବଶ୍ୟକତା ରହିଥାଏ।
ଏଭଳି କ୍ଷେତ୍ରରେ ମାଗଣା ଚାଉଳ ଓ ଗହମ କିମ୍ବା ବ୍ୟାଗ୍ ବଡ ବାହାଦୂରୀ ନଥିଲା କୌଣସି ରାଜନୈତିକ ଦଳର ଭୋଟ ବ୍ୟାଙ୍କ ପାଇଁ ।ବରଂ ପଞ୍ଚାୟତ ଠାରୁ ରାଜ୍ୟ ଓ କେନ୍ଦ୍ର ସରକାର ଯାଏ ନେତୃତ୍ୱର ଦକ୍ଷତା ହିଁ ମୂଳମନ୍ତ୍ର ହୋଇଥିବା ବେଳେ ସମସ୍ତେ ଏଦିଗରେ ଆଖି ମୁଜି ଦେଇଛନ୍ତି।ପୌଷ୍ଟିକ ଖାଦ୍ୟ ଓ ପନିପରିବା ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେଲେ ସମାଜରେ ଏକ ନୂଆ ବାର୍ତ୍ତା ସୃଷ୍ଟି ହେବ।ଏ ଦିଗ ପ୍ରତି କୃଷି ବିଭାଗର କାର୍ଯ୍ୟ ଦକ୍ଷତା ଓ ଚାଷୀଙ୍କ ଆନ୍ତରିକତା ପ୍ରତି ସାଧାରଣ ଖାଉଟି ନିର୍ଭର କରୁଥିବା ବେଳେ ସରକାର ଏଥିପାଇଁ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା କେବଳ ଦେଖିବାକୁ ବାକି ରହିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ