Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ଭାବ୍ୟ ବନ୍ୟା କୁ ଆଖି ଆଗରେ ରଖି ବନ୍ୟା ପ୍ରଭାବିତ ଆଶ୍ରୟ ସ୍ଥଳୀ ରେ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ମକ ଡ୍ରିଲ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ହାଟଡିହି ଆଜି ହାଟଡିହି ବ୍ଲକ ସଭା ଗୃହ ରେ ପୂର୍ବାହ୍ନ ଦୁଇ ଘଟିକା ସମୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଆସନ୍ତା କାଲି ଅର୍ଥାତ୍ ବୁଧବାର ଦିନ ରାଜ୍ୟ ସରକାର ଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ମକ୍ ଡ୍ରିଲ୍ ପ୍ରସ୍ତୁତ କରାଯିବ। ଏଥିରେ କିପରି ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ବିଭାଗ କୁ ବନ୍ୟା ପୂର୍ବରୁ ଏବଂ ବନ୍ୟା ସମୟରେ ଓ ବନ୍ୟା କମିବା ପରେ କଣ ମୁକାବିଲା କରିବେ ସେ ବିଷୟ ରେ ସୂଚନା ପ୍ରଧାନ କରିଥିଲେ। ପ୍ରଥମେ  ବ୍ଲକ ମତ୍ସ୍ୟ ସମ୍ପଦ ବିଭାଗ ର ଅତିରିକ୍ତ ଅଧିକାରୀ ଶୁଭମ୍ କୁମାର ପ୍ରଧାନ ନିଜର ସୂଚନା ଜରିଆରେ କିପରି ବନ୍ୟା ପ୍ରଭାବିତ ଜଳ ରେ ମାଛ ମାନଙ୍କ ରୋଗ ବ୍ୟାପେ ଓ ତାହାର ନିରାକରଣ ଏବଂ ମାଛ ଗୁଡ଼ିକ ବଡ ହୋଇଯାଇଥିଲେ ତାକୁ ଜାଲ ସାହାଯ୍ୟ ରେ ଅଟକାଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ, ଯଦି ପୋଖରୀ ନଷ୍ଟ ହେଉଥାଏ ତାହା ମଧ୍ୟ ରାଜ୍ୟ ସରକାର ଙ୍କ ପକ୍ଷରୁ ମରାମତି ପାଇଁ ଅର୍ଥ ଯୋଗାଇ ଦିଆଯିବ, ପରେ କୃଷି ବିଭାଗ ପକ୍ଷରୁ ଅତିରିକ୍ତ କୃଷି ଅଧିକାରୀ ସୋନାଲି ପ୍ରିୟଦର୍ଶିନୀ  ଧାନ ଫସଲ ନଷ୍ଟ ନହେବା ପାଇଁ ନିରାକରଣ କହିଥିଲେ, ବନ୍ୟା ସମୟରେ ଧାନ ରୁଆ ବନ୍ଦ ରଖିବା ସହ ତଳି ପଡ଼ୁଥିବା ଜାଗା କୁ ସୁରକ୍ଷିତ ରଖିବା। ଏହା ଛଡା ଧାନ ଚାଷୀ ମାନେ ନିଜର ଫସଲ ପାଇଁ ପ୍ରଧାନ ମନ୍ତ୍ରୀ କୃଷକ ଫସଲ ବୀମା କରିବା ଆବଶ୍ୟକ। ଯାହା ଦ୍ଵାରା ସରକାର କ୍ଷତି ପରିମାଣ ର ୩୩ % ସରକାର  ଭରଣା କରିପାରିବେ। ତେଣୁ ଏହି ସବୁ ତଳିଆ ଅଞ୍ଚଳରେ ଲଲାଟ ଧାନ ଚାଷ କଲେ ଭଲ ହେବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ପରେ ପରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ପକ୍ଷରୁ ବିଭାଗୀୟ ଅଧିକାରୀ ବନ୍ୟା ସମୟରେ ପ୍ରବାହିତ ରାସ୍ତା ଗୁଡ଼ିକ କ୍ଷତି ପୂରଣ ପାଇଁ ଚବିଶ ଘଣ୍ଟା ମଧ୍ୟରେ ଫଟୋ ଚିତ୍ର ମାଧ୍ୟମ ରେ ସେହି ପଞ୍ଚାୟତ ସରପଞ୍ଚ ଓ ଯନ୍ତ୍ରୀ ଙ୍କ ଦ୍ଵାରା ବ୍ୟୟ ଅଟକଳ କରାଯାଇ ଲୋକଙ୍କୁ କାମ ଯୋଗାଇ ଦେଇ ର ସରକାର ବ୍ୟବସ୍ଥା କରିଛନ୍ତି। ଏହି ସବୁ ସମସ୍ୟା ର ପରେ ଲୋକଙ୍କୁ ଠିକ୍ ଭାବେ ପାନୀୟ ଜଳ ଯୋଗାଇ ଦେବା ପାଇଁ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ନଳକୂପ ଗୁଡ଼ିକ ରେ ବ୍ଲିଚିଂ ପାଉଡର, ଓ ହଲୋଜିନି ବଟିକା, ଆବଶ୍ୟକ ସ୍ଥଳେ ମୋବାଇଲ ଟ୍ୟାଙ୍କ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଯଦି କୌଣସି ଗୃହ ପାଳି ପଶୁ ପକ୍ଷୀ ମାନଙ୍କ କ୍ଷତି ହେଉଛି ସରକାରୀ ହିସାବ ରେ ବଳଦ ମାନଙ୍କ ପାଇଁ ୩୦୦୦୦, ଗାଈ ମାନଙ୍କ ପାଇଁ ୫୦୦୦, ବାଛୁରୀ ମାନଙ୍କ ପାଇଁ ୩୦୦୦ଟଙ୍କା ଯୋଗାଇ ଦେବାକୁ ନିର୍ଦେଶ ରହିଥିବା ବେଳେ ତାହାକୁ ସ୍ଥାନୀୟ ସରପଞ୍ଚ,  ୱାର୍ଡ ମେମ୍ବର, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକୃତି ପ୍ରଦାନ କରିଥିବା ଆବଶ୍ୟକ ବୋଲି ଆଲୋଚନା ହୋଇଥିଲା।ଏଥିରେ ମୁଖ୍ୟ ଦାୟିତ୍ୱ ରହିଥିବା ସ୍ବାସ୍ଥ୍ୟ ବିଭାଗ,ଓ ରାଜସ୍ବ ନୀରିକ୍ଷକ ,ରାଜସ୍ବ ବିଭାଗ ଅନୁପସ୍ଥିତ ରହିଥିଲେ। ଏହି ସଭା ବିଡ଼ିଓ ସୌମ୍ୟା ଶ୍ରୀ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ଆରମ୍ଭ ହୋଇଥିଲା ବେଳେ, ପ୍ରାଣୀ  ପଶୁ ପାଳନ ରଶ୍ମି ରଂଜନ ନାୟକ,ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭରେବେନ୍ଦ୍ର ତ୍ରିପାଠୀ, ଅତିରିକ୍ତ କୃଷି ଅଧିକାରୀ ସୋନାଲି ପ୍ରିୟଦର୍ଶିନୀ, ଅତିରିକ୍ତ ମତ୍ସ୍ୟ ପଶୁ ପାଳନ ଅଧିକାରୀ ଶୁଭମ୍ କୁମାର ପ୍ରଧାନ, ମା ତାରିଣୀ ଏନଜିଓ ସଂସ୍ଥାରୁ ଅମିତ୍ କୁମାର ସାମଲ, ଯୋଗ ଦେଇଥିଲା ବେଳେ ବ୍ଲକ ର ସମସ୍ତ କର୍ମଚାରୀ ଏହି ସଭା ରେ ଯୋଗ ଦେଇଥିଲେ, ଆସନ୍ତା ୨୧ ତାରିଖ ଶୁକ୍ରବାର ବିଶ୍ଵ ଯୋଗ ଦିବସ ବ୍ଲକ କାର୍ଯ୍ୟାଳୟ ରେ ସକାଳ ୭.୦୦ଘଟିକା ରେ ପାଳନ ହେବ ବୋଲି ବିଡ଼ିଓ ସୂଚନା ଦେଇଥିଲେ। ଶେଷରେ ଜିପିଓ ଶରତ କୁମାର ବେଜ ସଭା ସାଙ୍ଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ