Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ବିଜେଡିର ଶାନ୍ତି ଶୋଭାଯାତ୍ରା

ଭୁବନେଶ୍ବର : ଆଜି ସାରା ରାଜ୍ୟରେ ଶାନ୍ତି ଶୋଭାଯାତ୍ରା କରିବ ବିଜେଡି। ହନୁମାନ ଜୟନ୍ତୀ ରାଲି ହୋଇଥିବା ହିଂସାକାଣ୍ଡକୁ ନେଇ ତେଜୁଛି ପଶ୍ଚିମ ଓଡ଼ିଶା ରାଜନୀତି। ସମ୍ବଲପୁରରେ ହିଂସା ଯୋଗୁ ଲାଗି ରହିଥିବା ଅଶାନ୍ତ ପରିବେଶରେ ଶାନ୍ତି ଫେରୁଥିବା ବେଳେ ବନ୍ଦ ଡାକରା ଦେଇ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରିବାକୁ ଚାହୁଁଛି ବିଜେପି । ଏହାକୁ ଦୃଢ ପତିବାଦ କରିଛି ବିଜେଡି। ପ୍ରତିବାଦରେ ଆଜି ସାରା ରାଜ୍ୟରେ ଶାନ୍ତି ଶୋଭାଯାତ୍ରା କରିବ ବିଜେଡି  ।

ସମ୍ବଲପୁରରେ ଯେଉଁମାନେ ଗଣ୍ଡଗୋଳରେ ସଂପୃକ୍ତ ଥିଲେ ପୋଲିସ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି  । ବର୍ତ୍ତମାନ ଛାତ୍ରଛାତ୍ରୀମାନେ ବିଭିନ୍ନ ପରୀକ୍ଷା ଦେଉଛନ୍ତି  । ଏଭଳି ସମୟରେ ବିଜେପି ବନ୍ଦ ଡାକରା ଦେଇ ସେମାନଙ୍କୁ ହଇରାଣ କରିବାକୁ ଚାହୁଁଛି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି । ବିଜେପିର ଏଭଳି ହୀନ ରାଜନୀତି ବିରୋଧରେ ଆଜି ସାରା ଓଡ଼ିଶାରେ ଶାନ୍ତି ଶୋଭାଯାତ୍ରା କରିବ ବିଜେଡି  ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ