Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ଜମନକିରା ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ, କୌଣସି ବାହାନା ଚଳିବନି….ତହସିଲଦାର

ଜମନକିରା : ଜମନକିରା ବ୍ଲକ ସମ୍ମିଳନୀ କକ୍ଷରେ ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷା ଆଶ୍ରିତା ଭୋଇଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ଆଜି ଜମନକିରା ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବିଡ଼ିଓ ରୀନା ନାଏକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ତହସିଲଦାର ହରେକୃଷ୍ଣ ବରିହା ପ୍ରାକୃତିକ ବିପର୍ଯ୍ୟୟ କୁ କିପରି ମୁକାବିଲା କରିହେବ ସେ ନେଇ ବିସ୍ତୃତ ଭାବେ ବୁଝାଇଥିଲେ। ତେବେ ଏପରି ଅସୁବିଧା ସମୟରେ ଅଧିକାରୀ କିମ୍ବା ଦାୟିତ୍ୱରେ ଥିବା ଅଧିକାରୀ ମାନେ କୌଣସି ଅସୁବିଧା ଦେଖାଇ ପାରିବେ ନାହିଁ। ଯଦି ଏଭଳି କରନ୍ତି, ତାହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଥିଲେ। ଏଥିରେ ମୁଖ୍ୟତଃ ବାତ୍ୟା, ମରୁଡି, ଅଗ୍ନି, ବାତ୍ୟା, ଭୂମିକମ୍ପ, ସୁନାମୀ, ପାହାଡ଼ ରୁ ଅତଡ଼ା ଖସିଆସି ଲୋକ ମୃତ୍ୟୁ ମୁଖରେ ପଡ଼ିବା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅନଙ୍ଗ ଭଞ୍ଜ ସାଗର, ଏବିଡିଓ ରବୀନ୍ଦ୍ର ରଣା, ଅଗ୍ନିଶ୍ରମ ଅଧିକାରୀ ପାସ୍କାଲ କୁଲୁ ପ୍ରମୁଖ ବିପର୍ଯ୍ୟୟ ପ୍ରଶମିତ ନେଇ ଆଲୋଚନା କରିଥିଲେ।