Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ନ୍ୟାୟ ମାଗୁଛନ୍ତି ଆଦିବାସୀ ମହିଳା

ହାଟଡିହୀ,୧୯l୬:କେନ୍ଦୁଝର ଜିଲା ମାଟିର ପୁଅ ମୋହନ ଚରଣ ମାଝୀ ନୂତନ ଭାବେ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି l ଯାହାକି ସମଗ୍ର ଜିଲା ଏବଂ ଆଦିବାସୀ ସମ୍ପ୍ରଦାୟ ପାଇଁ ବଡ଼ ଗର୍ବ ଏବଂ ଗୌରବର ପ୍ରସଙ୍ଗ ସାଜିଛି l ମୁଖ୍ୟମନ୍ତ୍ରୀ ମାଝୀଙ୍କ ହାତରେ ଗୃହ ବିଭାଗ ରହିଛି l କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ଜଣେ ଆଦିବାସୀ ମହିଳା ନ୍ୟାୟ ଭିକ୍ଷା କରୁଛନ୍ତି l ଅଭିଯୋଗ ଅନୁସାରେ ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ବଉଳା ଲହରସାହିର ସିଲାଇ ପୂର୍ତ୍ତିଙ୍କ ଘର ଆଗରେ ଗତ ଜୁନ ୧୨ ତାରିଖ ରାତି ସମୟରେ ଏକାଧିକ ବ୍ୟକ୍ତି ବାଣ ଫୁଟାଉଥିଲେ l ସିଲାଇ ପୂର୍ତ୍ତି ବାଣ ଫୁଟାଇବାକୁ ବାରଣ କରିଥିଲେ l କିନ୍ତୁ ବାଣ ଫୁଟାଥିବା ବ୍ୟକ୍ତି ମାନେ କିଛି ଶୁଣିନଥିଲେ l ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ହାଣକଟା ହୋଇ ଥାନାରେ ଦୁଇଟି ପୃଥକ ଅଭିଯୋଗ ହୋଇଥିଲା l ପୋଲିସ ଗୋଟିଏ ପକ୍ଷର ଅଭିଯୋଗକୁ ମାମଲା ଭାବେ ରୁଜୁ କରିଥିବା ବେଳେ ସିଲାଇ ଏବଂ ତାଙ୍କ ପୁଅ ନଟବରକୁ ଗିରଫ କରିଥିଲା l ମାତ୍ର ସିଲାଇଙ୍କ ସ୍ତ୍ରୀ ସୁନ୍ଧୁ ପୂର୍ତ୍ତିଙ୍କ ଅଭିଯୋଗକୁ ରୁଜୁ କରିନଥିଲା l ସୁନ୍ଧୁଙ୍କ କହିବା ଅନୁସାରେ ମୁଖ୍ୟମନ୍ତ୍ରୀ ଆମ ଜିଲାର ଆମ ଜାତି ଭାଇ ଅଟନ୍ତି l ଗଣ୍ଡଗୋଳରେ ଉଭୟ ପକ୍ଷ ଆହତ ହୋଇଥିବା ବେଳେ ମୋ ସ୍ୱାମୀ ମଧ୍ୟ ଆହତ ହୋଇଛନ୍ତି l ବିରୋଧୀ ପକ୍ଷଙ୍କ ଅଭିଯୋଗ ଅନୁସାରେ ପୋଲିସ କେବଳ ମାମଲା ରୁଜୁ କରି ମୋ ସ୍ୱାମୀ ଏବଂ ପୁଅକୁ ଗିରଫ କରିଛି l କିନ୍ତୁ ଗତ ଜୁନ ୧୩ ତାରିଖରେ ସୋସୋ ଥାନାରେ ମୁଁ ଅଭିଯୋଗ କରିଥିଲି l କିନ୍ତୁ ପୋଲିସ କୌଣସି ସ୍ୱାର୍ଥ ଏବଂ ଚାପରେ ମୋ ଅଭିଯୋଗ ଦିଗରେ କିଛି କଲାନି l ଫଳରେ ଜୁନ ୧୮ ତାରିଖ ମଙ୍ଗଳବାର କେନ୍ଦୁଝର ଏସପିଙ୍କୁ ଭେଟି ସମସ୍ତ ଘଟଣା ବାବଦରେ କହି ନ୍ୟାୟ ଭିକ୍ଷା କରିବା ସହ ଲିଖିତ ଅଭିଯୋଗ କରିଛି lସୂଚନା ଯୋଗ୍ୟ ପୂର୍ବରୁ ବହୁ ସମୟରେ ପୋଲିସର କାର୍ଯ୍ୟ ଦକ୍ଷତା ଏବଂ ଭୂମିକାକୁ ନେଇ ସରକାର ଅଡୁଆରେ ପଡିବା ସହ ବଦନାମ ହେଉଥିବା ନଜିର ରହିଛି l ଅପରପକ୍ଷେ ଲଳିତା କୁମାରୀ ଏବଂ ୟୁପି ସରକାରଙ୍କ ମାମଲାରେ ବିଚାର କରି ଏଫଆଇଆର ରେଜିଷ୍ଟ୍ରେସନ ବାଧ୍ୟତା ମୂଳକ ବୋଲି ମାନ୍ୟବର ସୁପ୍ରିମ କୋର୍ଟ ଏକ ଗାଇଡ଼ଲାଇନ ଜାରି କରିଥିଲେ l କିନ୍ତୁ ସୋସୋ ଥାନା ପୋଲିସ କୌଣସି ସ୍ୱାର୍ଥ ଲାଳସାରେ ତାହା ପାଳନ କରୁନଥିବା ଏବଂ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ଜଣେ ଆଦିବାସୀ ମହିଳାଙ୍କୁ ହଇରାଣ କରିବା ଅତି ଦୁଃଖ ଏବଂ ଲଜ୍ୟାର ବିଷୟ ବୋଲି ଆଇନଜୀବି ପର୍ଶୁରାମ ପଣ୍ଡା କହିଛନ୍ତି l ତେଣୁ ସମ୍ପୃକ୍ତ ଥାନା ଅଧିକରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ l ସୋସୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ଜଣେ ଆଦିବାସୀ ମହିଳା ନ୍ୟାୟ ପାଇଁ ବାର ଦୁଆର ହେବା ଅତି ଲଜ୍ୟାର ବିଷୟ ଅଟେ l ଥାନା ଅଧିକାରୀ ବିଜୟ କୁମାର ବିହାରୀ କହିଛନ୍ତି ଯେ ଉପରୁ ଯାହା ନିର୍ଦେଶ ଆସିବ, ସେହି ଅନୁସାରେ ପଦକ୍ଷେପ ନିଆଯିବ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ