ମାଆକୁ ଦୁଷ୍କର୍ମ କରି ହତ୍ୟା କଲା ନାବାଳକ ! ଝିଅ ଦେଖି ଦେବାରୁ ତାକୁ ପଥରରେ ଛେଚି ଦେଲା


ଭଦ୍ରକ: ଭଦ୍ରକରୁ ଏମିତି ଏକ ଖବର ଆସିଛି ଯାହା ସାରା ଓଡ଼ିଶାକୁ ସ୍ତବ୍ଧ କରିଦେଇଛି । ଜଣେ ନାବାଳକ ନିଜ ଯୌନ କ୍ଷୁଦା ମେଣ୍ଟାଇବାକ ଯାଇ ଜଣେ ମହିଳାଙ୍କୁ ହତ୍ୟା କରିଛନ୍ତି । ଆଉ ନାବାଳକର କାରନାମା ମହିଳାଙ୍କ ୬ ବର୍ଷର ଝିଅ ଦେଖି ଦେବାରୁ ତାକୁ ବି ପଥରରେ ଛେଚି ହତ୍ୟା କରିଛି । ବିଲ ମଝିରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ମିଳିଥିବା ବେଳେ ଏକ ପୋଲ ତଳୁ ଝିରର ଶବ ମିଳିଛି ।

ଅଭିଯୋଗ ଅନୁସାରେ, ନାବାଳକ ଜଣକ ପ୍ରଥମେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା ।  ସେ ହତ୍ୟା କରିବା ବେଳେ ମହିଳାଙ୍କ ଝିଅ ଏହାକୁ ଦେଖି ଦେଇଥିଲେ । ତେଣୁ ଅଭିଯୁକ୍ତ ଜଣକ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପୋଲ ତଳକୁ ଆଣିଥିଲେ । ସେଠାରେ ଏକ ପଥରରେ ଚେଛି ତାକୁ ହତ୍ୟା କରିଥିଲେ । ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାଇମଣି ଛକ ନିକଟରେ ଘଟିଛି ।

ରାଇମଣି ଗାଁ ବିଲରୁ ମହିଳାଙ୍କ ଉଲଗ୍ନ ମୃତଦେହ ଠାବ କରାଯାଇଥିବା ବେଳେ ତାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି । ସେହିପରି ତାଙ୍କ ୬ ବର୍ଷୀୟ ଝିଅର ମୃତଦେହ ବଙ୍ଗାଳିସାହି ନିକଟ ବିଲରୁ ଠାବ କରାଯାଇଛି । ହତ୍ୟା ସନ୍ଦେହରେ ନାବାଳକଙ୍କୁ ପୋଲିସ୍‌ ଅଟକ ରଖିଛି । ଦୁଷ୍କର୍ମ ଅଭିଯୋଗ ହେଉଥିବା ବେଳେ ବକେୟା ଟଙ୍କାରୁ ଏପରି ହତ୍ୟାକାଣ୍ତ ଘଟିଥିବା ମଧ୍ୟ ଶୁଣିବାକୁ ମିଳୁଛି ।

ଜଳଙ୍ଗା ଅଞ୍ଚଳର ସୁକାନ୍ତି ମୁଣ୍ଡା, ସ୍ୱାମୀ ରାଜୁ ମୁଣ୍ଡା ଓ ୬ ବର୍ଷୀୟ ଝିଅ ରାଇମଣି ନିକଟରେ ରହି ଦିନ ମଜୁରିଆ କାମ କରୁଥିଲେ । ଆଜି ସକାଳୁ ମା’ ଓ ଝିଅ ମେଡିକାଲ ଯାଇଥିଲେ । ପରେ ସ୍ଥାନୀୟ ଲୋକେ ମା’ ସୁକାନ୍ତି ମୁଣ୍ଡାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସେହି ସ୍ଥାନରେ ଅଭିଯୁକ୍ତ ନାବାଳକକୁ ଦେଖି ସନ୍ଦେହ ହେବାରୁ ଲୋକେ ପୋଲିସକୁ ଖବର ଦେଇଥିଲେ ।

କିଛି ସମୟ ପରେ ମୃତ ମହିଳାଙ୍କ ୬ ବର୍ଷୀୟ ଝିଅର ମୃତଦେହ ଘଟଣାସ୍ଥଳରୁ ଏକ କିଲୋମିଟର ଦୂରରେ ଥିବା ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା । ଲୋକଙ୍କୁ ଦେଖି ନାବାଳକଙ୍କ ଘଟଣାସ୍ଥଳକୁ ଖସି ଯିବାକୁ ଚେଷ୍ଟା କରିଥିଲା । କିନ୍ତୁ ସ୍ଥାନୀୟ ଲୋକେ ତାକୁ ଗୋଡେଇ ଗୋଡ଼ାଇ ଧରି ପୋଲିସ ଜିମା ଦେଇଥିଲେ। ମୃତକଙ୍କ ସ୍ୱାମୀଙ୍କ ଅଭିଯୋଗ କରିଛନ୍ତି ଯେ ନାବାଳକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା କରିଛି । ଏହାକୁ ଝିଅ ଦେଖିଦେବାରୁ ତାଙ୍କୁ ମଧ୍ୟ ସେ ପଥରରେ ଚେଛି ହତ୍ୟା କରିଛି । ପୁଲିସ୍‌ ଏବେ ଘଟଣାକୁ ସବୁ ଦିଗକୁ ବିଚାରକୁ ନେଇ ତଦନ୍ତ ଆରମ୍ଭ କରିଛି ।