ଯୋଗର ଗୁରୁତ୍ଵ କୁ ନେଇ ଛାତ୍ର ଛାତ୍ରୀ ସାମ୍ବାଦିକ ବ୍ଲକ କର୍ମଚାରୀ ଙ୍କ ପ୍ରତିଯୋଗିତା।


ହାଟଡିହି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ହାଟଡିହି ବ୍ଲକ ଅଧ୍ୟକ୍ଷ ଙ୍କ ଦ୍ଵାରା ଏକ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା। ଏଥିରେ ଯୋଗ ର ଉପାଦେୟତା ବିଷୟରେ ପ୍ରବନ୍ଧ,ଚିତ୍ର, ବକୃତା କୁ ନେଇ ଏକ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା। ଯେଉଁ ପ୍ରତିଯୋଗିତା ରେ କିଛି ପିଲା ଭାଗ ନେଇ ଥିବା ବେଳେ ପରୀକ୍ଷାର୍ଥୀ ମାନଙ୍କ ସଂଖ୍ୟା କମ୍ ଥିବାରୁ ବ୍ଲକ ଇଛୁକ କର୍ମଚାରୀ ସାମ୍ବାଦିକ ମାନେ ମଧ୍ୟ ଏହି ପ୍ରତିଯୋଗିତା ରେ ଭାଗ ନେଇ ଥିଲେ।  ଏହି ପ୍ରତିଯୋଗୀତା କୁ ସାଧାରଣ ବଣ୍ଟନ ବିଭାଗ ଅଧିକାରୀ ଦିଲ୍ଲୀପ କୁମାର ସାହୁ, ହାଟଡିହି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିଶିର କୁମାର କର, ମୁଖ୍ୟ କିରାଣୀ ଶ୍ରବଣ କୁମାର ପରିଡ଼ା, ବିଚାରକ ମଣ୍ଡଳୀ ଭାବେ ଦାୟିତ୍ଵ ତୁଲାଇଥିଲେ। ଏହି ପ୍ରତିଯୋଗିତା ରେ କନିଷ୍ଠ ଯନ୍ତ୍ରୀ ଶାଶ୍ଵତ କୁମାର ଦାସ,  ପିଇଓ ଜିତେନ୍ଦ୍ର ଜେନା, ଡିଇଓ ଜୀବନ କୁମାର ରାଉତ, ନିରଂଜନ ବାରିକ୍, ପିଅନ ସୁଦର ଘଡେ଼ଇ, ପୂର୍ଣ୍ଣ ସିହୋଜଗ କରିଥିଲେ। ଏଥିରେ କୃତି ପ୍ରତିଯୋଗୀ ମାନଙ୍କ ମଧ୍ୟରେ କନିଷ୍ଠ ବରିଷ୍ଠ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। କନିଷ୍ଠ ବର୍ଗରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ରଘୁନାଥ ହାସଦା, ବରିଷ୍ଠ ବର୍ଗ ରେ ପ୍ରଥମ ସ୍ଥାନ ସାମ୍ବାଦିକ ବିଭୂତି ଭୂଷଣ ଜେନା, ଦ୍ୱିତୀୟ ରେ ଶାଶ୍ଵତ ରଞ୍ଜନ ଦାସ, ତୃତୀୟ ରେ ସାମ୍ବାଦିକ ସଞ୍ଜୀବ କୁମାର ମହାନ୍ତି, ବକୃତା ରେ କନିଷ୍ଠ ବର୍ଗ ରେ ସ୍ବସ୍ତି ଶୁଭଙ୍କର ସ୍ୱାଇଁ, ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶୁଭ୍ରାଂଶୁ ଶେଖର ଜେନା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ବରିଷ୍ଠ ବକୃତା ବର୍ଗରେ ଜୀବନ ରାଉତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବିଭୂତି ଭୂଷଣ ଜେନା ଦ୍ୱିତୀୟ ସ୍ଥାନ ନିରଞ୍ଜନ ବାରିକ ତୃତୀୟ ସ୍ଥାନ ଅଧିକାର ଓ ରଞ୍ଜନ କୁମାର ଭୂୟାଁ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ପ୍ରବନ୍ଧ ରଚନା ପ୍ରତିଯୋଗିତା ରେ ଫଳାଫଳ ପ୍ରକାଶ ହୋଇପାରିନଥିଲା । ଏହି କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା କାଲି ଯୋଗ ଦିବସ ରେ ପୁରସ୍କୃତ କରାଯିବ ବୋଲି ସୂଚନା ଦିଆଯାଇଛି। ସକାଳ ସାତ ଘଟିକା ରେ ଯୋଗ ହାଟଡିହି ବ୍ଲକ ପରିସର ରେ ଆରମ୍ଭ ହେବ ବ୍ଲକ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।