Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭାଇଠାରୁ ଟଙ୍କା ଲୁଟିବା ପାଇଁ ଭଉଣୀ ରଚିଥିଲା ନିଜ ଅପହରଣ ନାଟକ. Trident Galaxy Kidnap Case

ଭୁବନେଶ୍ୱର : ଚନ୍ଦକା ମହିଳା ଅପହରଣ ନାଟକର ପର୍ଦ୍ଦାଫାଶ । ନିଜ ଅପହରଣ ନାଟକ କରି ଭାଇଠାରୁ ଟଙ୍କା ହଡ଼ପ କରିବାକୁ ଯୋଜନା କରିଥିଲା ଭଉଣୀ ସ୍ମୃତିରେଖା ପାଣି । ଇନଷ୍ଟାଗ୍ରାମରେ ବନ୍ଧୁ ମାନ୍ଧି ଥିବା ରାଜସ୍ଥାନର ପ୍ରଦୀପ ଓ ଦେବିଲାଲ ଏଥିରେ ତାଙ୍କୁ କରିଥିଲେ ସହଯୋଗ । ଇନଷ୍ଟାଗ୍ରାମରୁ ସାଙ୍ଗ ଓ ପରେ ପ୍ରଦୀପଙ୍କ ସହ ସ୍ମୃତିରେଖାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।
ପରବର୍ତ୍ତୀ ସମୟରେ ବେଙ୍ଗାଲୁରୁରେ ଥିବା ସ୍ମୃତିଙ୍କ ଭାଇଙ୍କଠାରୁ ଟଙ୍କା ହଡ଼ପ କରିବାକୁ ଯୋଜନା କରିଥିଲେ । ଫୋନ୍ କରି କୋଟିଏ ଟଙ୍କା ଡିମାଣ୍ଡ କରିଥିଲେ । ଘଟଣା ନେଇ ଏତଲା ପରେ କମିଶନରେଟ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ପ୍ରଥମେ ଚାରିଛକ ଅଭିମୁଖେ ଯାଇଥିଲେ ୩ ଜଣ ଅଭିଯୁକ୍ତ । ପରବର୍ତ୍ତୀ ସମୟରେ ନୟାଗଡ଼ ଆସିଥିଲେ ଅଭିଯୁକ୍ତ । ଚେକିଂ ବେଳେ ପୋଲିସକୁ ଧକ୍କା ଦେଇ ଖସିବାକୁ ଉଦ୍ୟମ କରିଥିଲେ । ନୟାଗଡ଼ରେ ତିନି ଜଣଙ୍କୁ କାବୁ କରିଥିଲା ସ୍ପେଶାଲ୍ ସ୍କ୍ୱାର୍ଡ । ପୋଲିସ କମିଶନର ସଞ୍ଜୀବ ପଣ୍ଡା ପ୍ରେସମିଟ କରି ଏହି ଅପହରଣ ନାଟକର ପର୍ଦ୍ଦାଫାଶ କରିଛନ୍ତି ।