Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ବ ଯୋଗ ଦିବସ

ସମ୍ବଲପୁର: ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭୁତ।ପଡ଼ା ତରଫରୁ ୱାର୍ଡ ନମ୍ବର ୩୩ ମଝା ପଡ଼ା ଠାରେ ବିଶ୍ଵ ଯୋଗ ଦିବସ ପାଳନ କରାଯାଇଥିଲା। ଏଥିରେ ଜନସାଧାରଣ, ମହିଳା ଆରୋଗ୍ୟ ସମିତି ର ସଦସ୍ୟ ତଥା ଆଶା କର୍ମୀ ମାନେ ଯୋଗଦାନ କରିଥିଲେ। ଆଜିର ଏହି ଦିବସ ଉପଲକ୍ଷ ଆମେ କିପରି ଯୋଗ ମାଧ୍ୟମରେ ନିଜକୁ ସ୍ବାସ୍ଥ୍ୟ ଓ ସବଳ ରଖିପାରିବା ସେ ବିଷୟରେ ଆଲୋକପାତ କରାଯାଇଥିଲା। ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ଯୋଗ ପ୍ରଶିକ୍ଷକ। ଦିନୀ ନାୟକ ଯୋଗ ପ୍ରଶିକ୍ଷଣ ଦେବା ସହିତ ଏହାର ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ। ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ଫାର୍ମାସିଷ୍ଟ ସଞ୍ଜୀବ ପ୍ରଧାନ ନିଯମିତ ଯୋଗ କରିବା ଦ୍ୱାରା ନିଜକୁ ସୁସ୍ଥ ଓ ଆରୋଗ୍ୟ କରିପାରିବା ସେ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ଏଠାରେ କିଶୋରି ବାଳିକା ମାନଙ୍କୁ ନେଇ ଏକ ରଙ୍ଗୋଲି ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ କୃତୀ ଅର୍ଜନ କରିଥିବା କିଶୋରି ବାଳିକା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଆଜିର ଏହି ଦିବସ ରେ ଗୌରାଙ୍ଗ, ଓମ୍ ଶାନ୍ତି, ରୋଷନ୍ ମହିଳା ଆରୋଗ୍ୟ ସମିତି କୁ ମଧ୍ୟ ଉପଯୁକ୍ତ ସେବା ପାଇଁ ସମ୍ମାନିତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ