Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ସ୍ମାର୍ଟ ପାର୍କ ଓ ନୂଆ ଟାଉନହଲ୍ ଠାରେ ବିଶ୍ୱ ଯୋଗ ଦିବସ ପାଳିତ

ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ)ଆଜି ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ସ୍ଥାନୀୟ ଫାରେଷ୍ଟ ସ୍ମାର୍ଟ ପାର୍କ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି ଉପଲକ୍ଷେ ଏକ ସଭା ଅନୁଷ୍ଟିତ ହୋଇଥିଲା। ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ପିଡି ଡୁଡ଼ା ଶ୍ରୀ ବିଶ୍ଵନାଥ ବାରିକ୍ ଯୋଗ ଦେଇ ଆମେ ସୁସ୍ଥ ରହିଲେ ସମାଜକୁ ତଥା ଦେଶ କୁ ସୁସ୍ଥ ରଖିବା ବୋଲି କହିଥିଲେ। ପୌର ପରିଷଦ ଅଧ୍ୟକ୍ଷା ତାମସି ତମସ୍ମିତା ନାଏକ, ଜିଲ୍ଲା ଯୋଗ ସମିତିର ସଭାପତି ଶ୍ରୀ ହରିନାରାୟଣ ଶତପଥି, ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଶ୍ରୀ ଜ୍ୟୋତି ରଂଜନ ପଟ୍ଟନାୟକ ଯୋଗ ଦେଇ ଯୋଗାଭ୍ୟାସ ଓ ଏହାର ଉପକାରିତା ଉପରେ ବୁଝାଇଥିଲେ। ପତଞ୍ଜଳି ଯୋଗ ସମିତି ସଦସ୍ୟ ମନୋରଞ୍ଜନ ତ୍ରୀପାଠୀ ଅତିଥି ଙ୍କୁ ସ୍ଵାଗତ କରି ସଭା ସଂଯୋଜନା କରିଥିବା ବେଳେ ପୌର କର୍ମଚାରୀ ବିଶ୍ୱଜିତ୍ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଜିଲ୍ଲା ଯୋଗ ସମିତି ସଭାପତି ଶ୍ରୀ ହରି ନାରାୟଣ ଶତପଥି ଓ ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଶ୍ରୀ ଜ୍ୟୋତି ରଂଜନ ପଟ୍ଟନାୟକ ଯୋଗ ପ୍ରଶିକ୍ଷକ ଭାବେ ଏଠାରେ ଯୋଗ ଦେଇ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ପୌର କର୍ମଚାରୀ, ସ୍ବଚ୍ଛ ସାଥୀ, ପାର୍କ ମର୍ଣିଂ ୱାକର, ସ୍ବଚ୍ଛ ଭାରତ, ବରିଷ୍ଠ ନାଗରିକ ସଂଘ ସମେତ ସହର ର ବହୁ ସ୍ୱେଚ୍ଛା ସେବୀ ଅନୁଷ୍ଠାନ କର୍ମକର୍ତା ଯୋଗ୍ ଦେଇଥିଲେ। ସେହିପରି ସୋନପୁର ବ୍ଲକ ପକ୍ଷରୁ ବିଡ଼ିଓ ସୌମ୍ୟ ରଞ୍ଜନ ସ୍ବାଇଁ ଙ୍କ ତତ୍ଵାବଧାନରେ ନୀଉଁ ଟାଉନହଲ ଠାରେ ଓ ବିଜୁ ପଟ୍ଟନାୟକ ମହିଳା ମହା ବିଦ୍ୟାଳୟ ଠାରେ ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର ଖେତୀଙ୍କ ସଂଯୋଜନାରେ ଅନୁଷ୍ଠାନ ସଭାପତି ଅଭିମନ୍ୟୁ କୁଶଳଙ୍କ ସଭାପତିତ୍ବରେ ବିଶ୍ଵ ଯୋଗ ଦିବସ ମହା ସମାରୋହରେ ପାଳିତ ହୋଇଛି। ମହିଳା କଲେଜ ରେ ଯୋଗ ପ୍ରଶିକ୍ଷକ ଭାବରେ ଶ୍ରୀ ଗୋପାଲଜୀ ଯୋଗଳୟ ର ବରିଷ୍ଠ ସଦସ୍ୟ ନିରଂଜନ ତ୍ରୀପାଠୀ ଓ ଆଇନଜିବୀ ପ୍ରଦୀପ ପୁରୋହିତ ଯୋଗ ଦେଇ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ବ୍ଲକ୍ ପକ୍ଷରୁ ଆୟୋଜିତ ନିଉ ଟାଉନ୍ ହଲ୍ ଠାରେ ରଶ୍ମି ରଞ୍ଜନ ଦାଶ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ ।ଏବିଡିଓ ଶଶି ଭୂଷଣ ପଧାନ, ଇଂ ବିବେକ ପଣ୍ଡା, ନରେଶ ମେହେର, ଶ୍ରୀନିବାସ ପଧାନ୍, ସୁଶୀଳ ମହାପତ୍ର, ଏସ ଡି ସି ଓ ଏଲ ଏମ ନିପୂର୍ ମହାନନ୍ଦ , ସୁମିତ୍ରା ସାହୁ ପ୍ରମୁଖ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ