Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଞ୍ଜୋର ସିଂହଙ୍କ ୧୫୫ ତମ ଶହୀଦ ଦିବସ ପାଳନ

ଝାରସୁଗୁଡ଼ା: କୁଡାବଗା ଜମିଦାର ଅଞ୍ଜୋର ସିଂହ ଓ ମଚିଦା ଜମିଦାର ଧନୁ ସିଂହ ମହାନଦୀର ବାମ ପାର୍ଶ୍ୱର ବିସ୍ତୀର୍ଣ୍ଣ ଅଞ୍ଚଳର ଦାୟିତ୍ୱରେ ରହି ସମ୍ବଲପୁରର ସଶସ୍ତ୍ର ସଂଗ୍ରାମକୁ ବଳଶାଳୀ କରିଥିଲେ ବୋଲି ଐତିହାସିକ ଦୀପକ କୁମାର ପଣ୍ଡା କହିଛନ୍ତି।
କୁଡାବଗାରେ ଆଜି ଅନୁଷ୍ଠିତ ଅଞ୍ଜୋର ସିଂହଙ୍କ ୧୫୫ ତମ ଶହୀଦ ଦିବସ ପାଳନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଣ୍ଡା କହିଲେ ଯେ ସମ୍ବଲପୁର ସଂଗ୍ରାମର ଅନେକ ଯୋଦ୍ଧା ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଥିଲେ । ସେମାନଙ୍କ ସଂପର୍କରେ
କୈ।ଣସି ସୂଚନା ନ ଥିଲା । ମାତ୍ର ଗବେଷଣା ଦ୍ବାରା ଅନେକ ତଥ୍ୟ ସାମ୍ନାକୁ ଆସି ସମ୍ବଲପୁର ସଂଗ୍ରାମକୁ ରୁଦ୍ଧିମନ୍ତ କରିବାରେ ସେମାନଙ୍କ ଭୂମିକା ସ୍ପଷ୍ଟ ହେବାରେ ଲାଗିଛି। ଅଞ୍ଜୋର ସିଂହ ଅନ୍ୟ ବହୁ ସଂଗ୍ରାମୀଙ୍କ ସହ ୧୮୬୪ରେ ଗିରଫ ହୋଇଥିଲେ । ତାଙ୍କୁ ସାତ ବର୍ଷର କାରାଦଣ୍ଡ ସଜା ହୋଇଥିଲା।ମାତ୍ର ୧୮୭୦ ଜୁନ ୨୧ ତାରିଖରେ ସମ୍ବଲପୁର କାରାଗାରରେ ତାଙ୍କର ପରଲୋକ ଘଟିଥିଲା। ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ହୋଇଥିବା ସଂଗ୍ରାମର ବହୁ ବିଶେଷତ୍ତ୍ୱ ଏବେ ପ୍ରଘଟିତ ହୋଇ ଚାଲିଛି ।ଏଥିସହ ତାଙ୍କର ପ୍ରତ୍ୟେକ ସହଯୋଗୀଙ୍କ ମହତ୍ତ୍ଵପୂର୍ଣ୍ଣ ଭୂମିକା ମଧ୍ୟ ସ୍ପଷ୍ଟ ହେବାରେ ଲାଗିଛି।
ପୂର୍ବ ସୂରୀଙ୍କୁ ସ୍ମରଣ ଓ ପୂଜ୍ୟ ପୂଜା ବିନା ଜାତି ଆଗେଇ ପାରିବ ନାହିଁ ବୋଲି କହି ମୁଖ୍ୟ ବକ୍ତା ଯୋନ ୩, ଜିଲ୍ଲା ପରିଷଦ ସଦସ୍ୟ ସନତ ସିଂହ ପ୍ରତିବର୍ଷ ଅଞ୍ଜୋର ସିଂହଙ୍କ ମହାପ୍ରୟାଣ ଦିବସକୁ ଶହୀଦ ଦିବସ ରୂପେ ପାଳନ କରାଯିବାକୁ ପ୍ରସ୍ତାବ ଦେଇଥିଲେ ।
ଓଡ଼ିଶା ସାଂସ୍କୃତିକ ସମାଜର ସଭାପତି ଡଃ ପରେଶ୍ ଚନ୍ଦ୍ର ଦାନୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଅଞ୍ଜୋର ସିଂହ ଓ ଧନୁ ସିଂହଙ୍କ ପ୍ରଚାର ପ୍ରସାର ଉପରେ ପ୍ରାଧାନ୍ୟ ଦେଇ ଏଥିପାଇଁ ପାଇଁ ବିଭିନ୍ନ ଉପାୟ ଦର୍ଶାଇଥିଲେ।
ଶ୍ୟାମ କୁମାର ଭୋଇ, ରାଜେନ୍ଦ୍ର ପ୍ରସାଦ ସାହୁ, ପଦ୍ମନାଭ ମାଝୀ ପ୍ରମୁଖ ମଧ୍ୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।
କୁଡାବଗା ଜମିଦାର ପରିବାରର ଦଶରଥ ସିଂହଙ୍କ ସଭାପତିତ୍ବ ତଥା ଉତ୍ତମ ନେଗୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ବଲପୁର ସଂଗ୍ରାମରେ ମଚିଦା ଓ ପହାଡଶ୍ରୀଗିଡା ଜମିଦାର ପରିବାରର ଯଥାକ୍ରମେ ଇଶ୍ଵର ପ୍ରସାଦ ସିଂହ , ହରଜିତ ସିଂହ ଓ ମୋହନ ସିଂହ, କେଶେଇପାଲିର ଲକ୍ଷ୍ମୀ ନାରାୟଣ ସିଂହ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ବହୁ ଗୈ।ନ୍ତିଆ ପରିବାରର ଦାୟାଦ ମଧ୍ୟ ଆମନ୍ତ୍ରିତ ହୋଇ ଆସିଥିଲେ । ସେମାନେ ହେଲେ ଶୁଖାଡିହିର ରତ୍ନାକର ଖମାରୀ, ଲଛିପାଲିର ମିଠେଇ ସାହୁ, ଦୁଆନମୁଣ୍ଡାର ତୋଷାରାମ ପ୍ରଧାନ, ଜମଗାଁର ମହେନ୍ଦ୍ର କୁମାର ସାଏ, ସାହାଜବଗାର ଦୁର୍ଯ୍ୟୋଧନ ପ୍ରଧାନ,
ସେମାନେ ନିଜ ବକ୍ତବ୍ୟରେ ସମ୍ବଲପୁର ସଂଗ୍ରାମରେ ବଳିଦାନ ଦେଇଥିବା ପ୍ରତ୍ୟେକ ଯୋଦ୍ଧାଙ୍କୁ ଯଥାର୍ଥ ଶ୍ରଦ୍ଧା ଓ ସମ୍ମାନ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଅଞ୍ଜୋର ସିଂହଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଗଲେ ଏହା କୁଡାବଗା ପାଇଁ ଗୈାରବ ବହନ କରିବ ବୋଲି କହିଥିଲେ ।
ପ୍ରାରମ୍ଭରେ ମଶାଲ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା ଓ ହୀରାକୁଦ ପାଣିରେ ବୁଡିଯାଇଥିବା କୁଡାବଗା ଜମିଦାର ଘର ଡିହରୁ ମାଟି ଅଣା ଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ କୁଡାବଗା ଜମିଦାର ଅଞ୍ଜୋର ସିଂହଙ୍କ ତତ୍ତ୍ଵାବଧାନରେ କୁଡାବଗାରେ ସଂଗ୍ରାମୀ ମାନଙ୍କ ପାଇଁ ଏକ ଅସ୍ତ୍ର ଉତ୍ପାଦନ କେନ୍ଦ୍ର ପରିଚାଳିତ ହେଉଥିଲା। ସେ ୧୮୭୦ ମସିହା ଜୁନ ୨୧ ତାରିଖ ଦିନ କାରାଗାରରେ ମୃତ୍ୟୁବରଣ କରିଥିବାର ଜଣାପଡିବା ପରେ ପ୍ରଥମ ଥର ପାଇଁ ଆଜି ଅଞ୍ଜୋର ସିଂହଙ୍କ ଶହୀଦ ଦିବସ ପାଳନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ