ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ଖଣ୍ଡହତା ଆର. ଆଇ ଓ ସହକାରୀ ଆର.ଆଇ


ବୀରମହାରାଜପୁର : (ସୌମିତ୍ରି ମେହେର )
ଜୈନିକ ବ୍ୟକ୍ତିଙ୍କ ଆରଓଆର୍ ପଟ୍ଟା ସଂଶୋଧନ ପାଇଁ ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଖଣ୍ଡହତା ଆର.ଆଇ ଏବଂ ଏ ଆର୍.ଆଇ I ରାଜସ୍ଵ ନିରୀକ୍ଷକ ରାଜେନ୍ଦ୍ର ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ଆର୍ ଆଇ ପଞ୍ଚାନନ ଡାଙ୍ଗ ଅଭିଯୋଗକାରୀ ଙ୍କ ପଟ୍ଟା ସଂଶୋଧନ ପାଇଁ ଟଙ୍କା ଦାବି କରିଥିଲେ I ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସ ଙ୍କ ଦ୍ଵାରସ୍ଥ ହୋଇଥିଲେ l ଯୋଜନା ମୁତାବକ ଶୁକ୍ରବାର ଆର.ଆଇ ଅଫିସ ଠାରେ ଅଭିଯୋଗ କାରୀ ଙ୍କଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଗରୁ ଛକି ବସିଥିବା ଭିଜିଲାନ୍ସ ଅଧିକାରୀମାନେ ଉଭୟ ଆର.ଆଇ ଏବଂ ଏ.ଆର୍.ଆଇ ଙ୍କୁ ମାଡ଼ି ବସିଥିଲେ I ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ଭିଜିଲାନ୍ସ ଅଫିସ ରେ ଅଟକ ରଖିଥିବା ଜଣାପଡ଼ିଛି l ସୁବର୍ଣ୍ଣପୁର ଜିଲ୍ଲା ଭିଜିଲାନ୍ସ ଡିଏସ୍.ପି ରୀତାଞ୍ଜଳୀ ପଧାନ ଙ୍କ ନେତୃତ୍ବରେ ବଲାଙ୍ଗିର ଡିଏସ୍.ପି ପୌଲସ୍ତି ଛତ୍ରୀଆ , ଏଏସଆଇ ନନ୍ଦକିଶୋର ବଗର୍ତ୍ତି , ଝସକେତନ ବାରିକ ପ୍ରମୁଖ ଚଢ଼ାଉ ରେ ସାମିଲ ରହିଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ରେ ଏକ ମାମଲା ରୁଜୁ ହୋଇଛି l