ରାଜସ୍ବ ମନ୍ତ୍ରୀ ସୁରେଶ ପୂଝାରୀଙ୍କୁ ନିଜକର୍ମ ଭୂମି ସମ୍ବଲପୁର ରେ ବିପୁଳ ସମ୍ବର୍ଦ୍ଧନା,ଓଡିଶାର ସାମଗ୍ରିକ ବିକାଶ ନିଜରର ଲକ୍ଷ କହିଲେ ରାଜସ୍ୱ ମନ୍ତ୍ରୀ


ସମ୍ବଲପୁର:ଓଡିଶାର ନବ ଗଠିତ ବିଜେପି ସରକାରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ କରି ଆସିଛନ୍ତି ନିଜର କର୍ମଭୂମିକୁ। ଗତ ୨୧ ତାରିଖ ଭୁବନେଶ୍ୱର ରୁ ଆସି ଦୁଇ ଦିନ ଧରି ନିଜର ନିର୍ବାଚନ ମଣ୍ଡଳୀ ବ୍ରଜରାଜନଗର ଓ ଝାରସୁଗୁଡା ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଆଜି ସନ୍ଧ୍ୟାରେ ସେ ସମ୍ବଲପୁର ପହଞ୍ଚିଥିଲେ । ପ୍ରଥମେ ଇଷ୍ଟଦେବୀ ମାଁ ସମଲେଶ୍ୱରୀ ଙ୍କ ମନ୍ଦିର କୁ ଯାଇ ପୂଜାର୍ଚନା ଓ ପ୍ରାର୍ଥନା କରିଥିଲେ । ସେଠାରୁ ଏକ ଭବ୍ୟ ଶୋଭାଯାତ୍ରା ରେ ବାହାରି ଜେଲ ଛକ କୁ ପହଞ୍ଚି ଥିଲେ । ଶୋଭାଯାତ୍ରା ସମୟରେ କମଲିବଜାର, କୁଞ୍ଜେଲପଡ଼ା, ଝାଡୁଆପଡ଼ା, ନନ୍ଦପଡା, ହାଟପଡ଼ା, ମାରୱାଡିପଡ଼ା, ଦଲେଇପଡା, ମ୍ୟୁନିସିପାଲିଟି ଛକ, କଚେରୀ ଛକ ଓ ଜେଲ ଛକ ରେ ସତାଧିକ ବିଜେପି କର୍ମୀ, ସମର୍ଥକ, ସାମାଜିକ ଓ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ସାଧାରଣ ନାଗରିକ ତାଙ୍କୁ ସ୍ୱାଗତ ସମ୍ମାର୍ଦ୍ଧନା କରିଥିଲେ ।ରାସ୍ତାରେ ଆସୁଥିବା ସମୟରେ ମାଁ ପାଟଣେଶ୍ୱରୀ,ଜଗନ୍ନାଥ ଓ ହନୁମାନ ମନ୍ଦିର ଦର୍ଶନ କରିଥିଲେ।
କଚେରୀ ଛକ ସ୍ଥିତ ସହିଦ ସ୍ତମ୍ଭରେ ଓ ଜେଲ ଛକ ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପାର୍ଘ୍ୟ ଦେଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜେଲ ଛକ ଠାରେ ଆୟୋଜିତ ସମ୍ମାର୍ଦ୍ଧନା ସଭା ରେ ଡ଼. ଶ୍ୟାମା ପ୍ରସାଦ ମୂଖାର୍ଜୀ ଙ୍କ ବଳିଦାନ ଦିବସ ଅବସରେ ରେ ଦୀପ ପ୍ରଜ୍ବଳନ କରି ପୁଷ୍ପାର୍ଘ୍ୟ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ସଭା ସ୍ଥଳ ରେ ଉପସ୍ଥିତ ବିଜେପି କର୍ମୀ ପଦାଧିକାରୀ ସାଧାରଣ ଜନତା ଙ୍କୁ ଦେଇଥିବା ନିଜର ଅଭିଭାଷଣ ରେ ଶ୍ରୀ ପୂଜାରୀ କହିଥିଲେ ଯେ,ହଜାର ହଜାର ଲକ୍ଷ ଲକ୍ଷ ବିଜେପି କର୍ମୀ ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ବଳିଦାନ ଯୋଗୁଁ ଆଜି ରାଜ୍ୟ ରେ ଏକକ ସଂଖ୍ୟା ଗରିଷ୍ଠତା ସହିତ ଆମେ ସରକାର ରେ ଆସିପାରିଛୁ ।ରାଜ୍ୟରୁ ଅମଲାତାନ୍ତ୍ରିକ, ଅହଙ୍କାରୀ, ଭ୍ରଷ୍ଟାଚାରୀ, ଦୁର୍ନୀତିଗ୍ରସ୍ତ ସରକାରୀ ବ୍ୟବସ୍ଥାର ଅନ୍ତ ହୋଇସରିଛି । ରାଜ୍ୟରେ ଏବେ ଏକ ଗଣତନ୍ତ୍ର ସର୍ବସ୍ବ ଲୋକାଭିମୁଖି ଓ ଜନକଲ୍ୟାଣକାରୀ ସରକାରର ଗଠନ ହୋଇ ସାରିଛି । ନିର୍ବାଚନ ସମୟରେ ଦିଆଯାଇଥିବା ସମସ୍ତ ପ୍ରତିଶୃତିକୁ ଆମେ ଅକ୍ଷରେ ଅକ୍ଷରେ ପାଳନ କରିବୁ । ରାଜ୍ୟ ର ପ୍ରତ୍ୟେଜ କୋଣ ଅନୁକୋଣରେ ସରକାର ପହଞ୍ଚିବା ସହ ରାଜ୍ୟର ସାମଗ୍ରିକ ବିକାଶ ଆମର ଲକ୍ଷ ।
ଆଜି ମୋର କର୍ମ ଭୂମି ସମ୍ବଲପୁର ରେ ଲୋକଙ୍କର ଭଲ ପାଇବା ଦେଖି ମୁଁ ଆତ୍ମ ବିଭୋର ଓ ମୁଁ ଏ ପୁଣ୍ୟ ପବିତ୍ର ମାଟି ପ୍ରତି ଚିରଋଣୀ ହୋଇ ରହିବି । ମୁଁ ସମ୍ବଲପୁରର ସବୁ ସୁଖ ଦୁଃଖରେ ସାମିଲ ରହିଛି ଓ ରହିଥିବି । ସେ ହାଇ କୋର୍ଟ ଆନ୍ଦୋଳନରେ ଆଇନଜୀବୀଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ସମୟରେ ହେଉ କି ହନୁମାନ ଜୟନ୍ତୀର ଅଘଟଣ ସବୁବେଳେ ମୁଁ ସମ୍ବଲପୁରବାସୀଙ୍କ ସହିତ ରହିଛି । ବିଗତ ସରକାର ପଶ୍ଚିମାଞ୍ଚଳ ପ୍ରତି ଯେଉଁ ବୈମାତୃକ ମନୋଭାବ ପୋଷଣ କରି ଆସୁଥିଲେ ଏବେ ତାହା ହେବାକୁ ଦେବି ନାହିଁ । ପଶ୍ଚିମାଞ୍ଚଳବାସୀଙ୍କୁ ତାଙ୍କର ସମସ୍ତ ନ୍ୟାର୍ଯ୍ୟ ଅଧିକାର ଦେବାରେ ମୁଁ ଅଗ୍ରଣୀ ଭୂମିକା ଗ୍ରହଣ କରିବି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଝାରୀ କହିଥିଲେ।
ଆଜିର କାର୍ଯ୍ୟକ୍ରମରେ ସିମାଞ୍ଚଳ ଖଟେଇ, ଗୋବିନ୍ଦ ଅଗ୍ରୱାଲ, ସୁଧୀର ପୂଜାରୀ, ସରୋଜ କୁମାର ସାହୁ, ରିକନ ପଟ୍ଟନାୟକ, ସୂର୍ଯ୍ୟ ପାଣିଗ୍ରାହୀ, ଶ୍ରୀକାନ୍ତ ପାଣିଗ୍ରାହୀ, ଦେଓ କିରଣ ପଟ୍ଟନାୟକ, ମାନସ ରଞ୍ଜନ ବକ୍ସି, ରିକି ବେହେରା, ଘନଶ୍ୟାମ ପଟେଲ, ସୁଶାନ୍ତ ପୁରୋହିତ, ସରୋଜ ଦଲପତ, ନମ୍ରସକାନ୍ତ ପଟ୍ଟନାୟକ, ମୁକେଶ ଜରିୱାଲ, ଦାମୋଦର କର, ସଞ୍ଜୟ ଷଡ଼ଙ୍ଗୀ, ଶମ୍ଭୁ ବରେଲିଆ, ପରାଗ ଅଗ୍ରୱାଲ, ରାମଦାସ ପଣ୍ଡା, ମନୋଜ ପଲସନିଆ, ସବିତା ନନ୍ଦ, ଆରତୀ ବରାଡ଼, ସରୋଜିନୀ ବନଛୋର, ସୁଜାତା ଗୁରୁ, ହରିପ୍ରିୟା ସିଂ, ଅମୁଲ୍ୟା ସାହୁ, ରୁନୁ ପ୍ରଧାନ,ପୁର୍ଣ୍ଣ ଚନ୍ଦ୍ର ସାହୁ ପ୍ରମୁଖଙ୍କ ସହିତ ବିଭିନ୍ନ ଅଞ୍ଚଳରୁ ‍ବହୁ ସମର୍ଥକ ସ୍ୱେଚ୍ଛାକୃତ ଭାବେ ଏଥିରେ ସାମିଲ ହୋଇଥିଲେ।