Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶହେ ବର୍ଷରେ ଖଲିଆପାଲି ପ୍ରାଥମିକ ବିଦ୍ୟାଳୟ,ପାଳିବ ଶତବାର୍ଷିକୀ ଉତ୍ସବ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ୍ ଅନ୍ତର୍ଗତ ବାହାମ ପଞ୍ଚାୟତର ଖଲିଆପାଲି ପ୍ରାଥମିକ ବିଦ୍ୟାଳୟକୁ ଆଜି ଶହେ ବର୍ଷ ପୁରିଛି।ଏହି ବିଦ୍ୟାଳୟରୁ ପାଠ ପଢ଼ି ଅନେକ ଶୀର୍ଷସ୍ଥାନରେ ରହି ସମାଜ ଓ ଜାତି ପାଇଁ ଉଦାହରଣ ସାଜିଛନ୍ତି।ଏହାକୁ ମନେ ପକାଇ ଚଳିତ ବର୍ଷ ଏହି ପ୍ରାଥମିକ ବିଦ୍ୟାଳୟ ତାର ଶତବାର୍ଷିକୀ ଉତ୍ସବ ପାଳନ କରିବ।
ଏହାକୁ ନେଇ ଆଜି ଏକ ନିଷ୍ପତ୍ତି ନିଆଯାଇଛି।ଅଞ୍ଚଳର କିଛି ବିଶିଷ୍ଟ ବ୍ୟକ୍ତି ଓ ନେତୃ ସ୍ଥାନୀୟଙ୍କ ପରାମର୍ଶ କ୍ରମେ ଆଗାମୀ ୨୬ ତାରିଖ ବୁଧବାର ଅପରାହ୍ନ ୧୨ ଘଟିକାରେ ସ୍କୁଲ ପରିସର ମଧ୍ୟରେ ଏକ ସଭାର ଆୟୋଜନ କରାଯିବାକୁ ସମୟ ଧାର୍ଯ୍ୟ କରାଯାଇଛି।ଏହି ବୈଠକରେ ସ୍କୁଲରେ ପାଠ ପଢିଥିବା ସମସ୍ତ ଶିକ୍ଷାର୍ଥୀ ଓ ପରିବାର ସ୍ୱଜନ ଯୋଗଦାନ କରି ଶତବାର୍ଷିକୀ ପାଳନ ନେଇ କ’ଣ ସବୁ ପଦକ୍ଷେପ ଓ କାର୍ଯ୍ୟକ୍ରମ ଗ୍ରହଣ କରିବା ସେ ନେଇ ଆଲୋଚନା ହେବ।ଏଣୁ ଏହି ବୈଠକରେ ସ୍କୁଲ ସହିତ ସଂଶ୍ଳିଷ୍ଟ ସମସ୍ତ ବ୍ୟକ୍ତି ବିଶେଷ ଯୋଗ ଦେବାକୁ ଖଲିଆପାଲି ପ୍ରାଥମିକ ବିଦ୍ୟାଳୟ ଶତବାର୍ଷିକୀ ଆୟୋଜକ ଆବାହକ ମଣ୍ଡଳି ସମସ୍ତଙ୍କୁ ଅନୁରୋଧ ଜଣାଇଛନ୍ତି।ଆଜିର ବୈଠକରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଯଶୋଦା ଦେହୂରୀ, ଅକ୍ଷୟ କୁମାର ନାୟକ,ସୁଦୀପ୍ତ କୁମାର ନାୟକ,ଡା.ରାଜାରାମ ଷଡଙ୍ଗୀ ପ୍ରମୁଖ ଉପସ୍ଥିତିରେ ବିଭିନ୍ନ ଅଧିକାରୀ, ନେତୃସ୍ଥାନୀୟ ବ୍ୟକ୍ତି ବିଶେଷ ପ୍ରମୂଖଙ୍କ ସହମତିରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ