Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାଇକେନପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କ୍ଲବ୍ ଫୁଟ୍ ସଚେତନତା ସ୍ବାସ୍ଥ୍ୟ ଶିବିର

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ରାମ ଶଙ୍କର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖରଜୁରା ଠାରେ କ୍ଲବ୍ ଫୁଟ୍ ସଚେତନତା ଓ ପରିଚାଳନା ସ୍ୱାସ୍ଥ୍ୟ ଶିବିର ଗୋଷ୍ଠି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ଅଧିକାରୀ ପ୍ରିୟରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନ ଅନୁଷ୍ଠିତ ହୋଇଥିବା ଏହି ସ୍ୱାସ୍ଥ୍ୟ ଶିବିରରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡିଇଆଇସି ର ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳନା ଅଧିକାରୀ ବିଧୁଭୂଷଣ ପତି, ଡା. ସୋମେଶ ରଞ୍ଜନ ପଣ୍ଡା (physiotherapist) ଫିଜିଓ ଥେରାପିଷ୍ଟ ଯୋଗଦାନ କରି ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଲାଇବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରର ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଟିମର ଡ. ସରୋଜ କୁମାର ପଟେଲ, ଡ. ଚିତ୍ତରଞ୍ଜନ ତ୍ରିପାଠୀ, ଗୋଷ୍ଠି ସମ୍ପ୍ରସାରଣ ଅଧିକାରୀ ଶାନ୍ତନୁ ମେହେର ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ରେଖାରାଣୀ ଦାସ ଫାର୍ମାସିଷ୍ଟ ହୃଷିକେଶ ମିଶ୍ର , ମହିଳା ସ୍ୱାସ୍ଥ୍ୟକର୍ମୀ କଲ୍ୟାଣୀ ସାହୁ, ଗୀତାଞ୍ଜଳି ସାହା, ଶୁଭଲଷ୍ମୀ ବାଗ, ଅଙ୍ଗନ୍ନୱାଡ଼ି ଦିଦି ଓ ଆଶା ଦିଦି ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ