Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ବିଜେପି ପକ୍ଷରୁ ଭାରତୀୟ ଗଣତନ୍ତ୍ରର କଳା ଦିବସ ପାଳନ

ସମ୍ବଲପୁର:୧୯୭୫ ମସିହାରେ ଆଜିର ଦିନରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଇନ୍ଦିରା ଗାନ୍ଧୀ କେବଳ ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଦେଶରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ର ର ହତ୍ୟା କରିବା ସହ ମାନବ ଅଧିକାରକୁ କ୍ଷୁର୍ଣ୍ଣ କରିଥିଲେ । ଦୀର୍ଘ ୧୯ମାସ ଧରି ସ୍ୱେଚ୍ଛାଚାରି ଶାସନ ଚଳାଇ ସମ୍ବିଧାନର ମୁଖବନ୍ଧରେ ମଧ୍ୟ ପରିବର୍ତ୍ତନ କରିବାକୁ ପଛାଇ ନଥିଲେ । ଏହି ଘଟଣା କୁ ଭାରତୀୟ ଗଣତନ୍ତ୍ର ଇତିହାସ ର ଏକ କଳା ଅଧ୍ୟାୟ ଭାବେ ବିବେଚନା କରି, ଭାରତୀୟ ଜନତା ପାର୍ଟି ଜୁନ ୨୫ ତାରିଖ କୁ “କଳା ଦିବସ” ଭାବେ ପାଳନ କରିଆସିଛି । ଭାରତୀୟ ଗଣତନ୍ତ୍ର ର ଏହି କଳଙ୍କିତ ଇତିହାସ ର ଏହି କଳା ଦିବସ କୁ ୫୦ ବର୍ଷ ପୂର୍ତ୍ତି ହୋଇଯାଇଛି ।
ଆଜି ବିଜେପି ପକ୍ଷରୁ ସାରା ଦେଶ ରେ କଳା ଦିବସ ନାମ ରେ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି । ଏହି ମର୍ମ ରେ ସମ୍ବଲପୁର କଚେରୀ ରୋଡ଼ ସ୍ଥିତ ବିଜେପି କାର୍ଯ୍ୟାଳୟ ରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଓ ବରିଷ୍ଠ ବିଜେପି ନେତା ଡ଼.ପ୍ରମୋଦ ରଥ ଅତିଥି ଭାବେ ଯୋଗ ଦେଇଥିଲେ । ଜରୁରୀକାଳୀନ ପରିସ୍ଥିତି ରେ ଯେଉଁ ସତ୍ୟାଗ୍ରହୀ ମନେ ସରକାର କୁ ବିରୋଧ କରି କାରାବାରଣ କରିଥିଲେ ସେମାନଙ୍କୁ ବିଜେପି ପକ୍ଷରୁ ସମ୍ମାନିତ କରାଯାଇଥିଲା । ସମ୍ମାନିତ ହୋଇଥିବା ସମସ୍ତ ସତ୍ୟାଗ୍ରହୀ ନିଜର ନିଜର ଅନୁଭବ କୁ ବଖାଣି ଥିଲେ । ଆଜିର କାର୍ଯ୍ୟକ୍ରମ ରେ ୟଶପାଲ ତଣ୍ଡନ, ଦେବାନନ୍ଦ ହୋତା, ଯୋଗୀନ୍ଦ୍ର ପ୍ରସାଦ ମିଶ୍ର, ବିଜୟ କୁମାର କେଡ଼ିଆ, ରାଧାକାନ୍ତ ବହିଦାର, ରାମେଶ୍ୱର ପୁରୋହିତ, ପରିମାଲ ରଞ୍ଜନ ପାଲ, ଗଙ୍ଗା ପ୍ରସାଦମିଶ୍ର, ପୂର୍ଣ୍ଣାନନ୍ଦ ମିଶ୍ର ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା ।
ମହାନଦୀ ମଣ୍ଡଳ ସଭାପତି ସୁଶାନ୍ତ ପୁରୋହିତ ଙ୍କ ସଭାପତିତ୍ୱ ରେ ହୋଇଥିବା ଆଜିର କାର୍ଯ୍ୟକ୍ରମ ରେ କଳା ଦିବସ କାର୍ଯ୍ୟକ୍ରମ ସଂଯୋଜକ ସମୀର ରଞ୍ଜନ ବାବୁ ସ୍ୱାଗତ ଭାଷଣ ଦେଇଥିଲେ, ବରିଷ୍ଠ ନେତା କାର୍ତ୍ତିକ ବହିଦାର ପରିଚାଳନା କରିଥିବା ବେଳେ, ଜିଲ୍ଲା ଉପସଭାପତି ଫଣୀ ଭୂଷଣ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।
ଆଜିର କାର୍ଯ୍ୟକ୍ରମ ରେ ଗୋବିନ୍ଦ ଅଗ୍ରୱାଲ, ପଣ୍ଡିତ ଅମରନାଥ ମିଶ୍ର, ଶଶୀ ଭୂଷଣ ତ୍ରିପାଠୀ, ମାନସ ରଞ୍ଜନ ବକ୍ସି, ସନ୍ତୋଷ ଡାଲୁଆ, ଦିଲୀପ, କ୍ରିଷ୍ଣା ମହାକୁଡ଼, ସୌମିତ୍ର ଜତି, ଶିବ ଦିୱାନ, ଗୋପାଲ ଅଗ୍ରୱାଲ, କାହ୍ଣୁରାମ ଶର୍ମା, ଅରୁଣ କୁମାର ଦାସ, ସୁଧୀର ବହିଦାର, ବିନାୟକ ରାମ, ରାମଦାସ ପଣ୍ଡା, ଜଗନ୍ନାଥ ଆଚାର୍ଯ୍ୟ, ଶ୍ୟାମ ଗୁରୁ, ଅଜୟ ବଡ଼ ଗେୟାଁ, ଅଜିତ ବେହେରା, ଆରତୀ ବରାଡ଼, ରୁନୁ ପ୍ରଧାନ, ପୁଷ୍ପାଞ୍ଜଳି ଜେନା, ସୁଜାତା ଗୁରୁ, ଲକ୍ଷ୍ମୀପ୍ରିୟା ଜେନା ମଞ୍ଜୁଳା ଓରାମ, ସୀତାକାନ୍ତି ମେସୁଆ, ସଞ୍ଜୁ ସାହୁ, ସୁମି ପରିଡା, ମୁନମୁନ ସୌଦାଗାର, ସ୍ନିଗ୍ଧାଶ୍ରୀ ମିଶ୍ର, ପ୍ରଭାସିନୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories