Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକରେ ଷ୍ଟଣ୍ଟ ହେଲା କାଳ : ଆମ୍ବୁଲାନ୍ସ-ବାଇକ ମୁହାଁମୁହିଁ ଧକ୍କା: ଜଣେ ଯୁବକ ମୃତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ନେତାଜୀ ସୁବାଷ ବୋଷ ଜୁନିୟର ମହାବିଦ୍ୟାଳୟ ନିକଟରେ ଜଣେ ଯୁବକ ନିଜ କେଟିଏମ ବାଇକ ରେ ଷ୍ଟଣ୍ଟ କରି ଦୃତ ଗତିରେ ବାଇକ ଚଳାଇବା ହେଲା କାଳ । ଏକ ଘରୋଇ ଆମ୍ବୁଲାନ୍ସ ଶବ ଧରି ଯାଉଥିବା ବେଳେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ବାଇକ ଚାଳକ ଆହତ ହୋଇଥିବା ଜଣାପଡିଛି । ଘଟଣା ରୁ ପ୍ରକାଶ ଯେ, ବୁଧବାର ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁବାଷ ବୋଷ ଜୁନିୟର ମହାବିଦ୍ୟାଳୟ ନିକଟରେ ଏକ ଘରୋଇ ଆମ୍ବୁଲାନ୍ସ ଭବାନୀପାଟଣା ରୁ ଏକ ଶବ ଧରି ନୟାଗଡ ଯାଉଥିବା ବେଳେ ଏକ ମର୍ମତୁଦ ଦୁର୍ଘଟଣା ହୋଇଥିଲା ବେନାରବାଲ ରୁ ତୁମୁଡିବନ୍ଧ ଆସିଥିବା କେଟିଏମ ବାଇକ କୁ ଷ୍ଟଣ୍ଟ କରି ଦ୍ରୁତଗତି ରେ ବାଇକ ଟି ଆସୁଥିଲା ଏହି ସମୟରେ ବାଇକ ଟି ଭାରସାମ୍ୟ ହରାଇ ଆମ୍ବୁଲାନ୍ସ କୁ ଧକ୍କା ଦେଇଥିଲା ଯାହାଫଳରେ ଆମ୍ବୁଲାନ୍ସ ଟି ରାସ୍ତା କଡକୁ ଚାଲିଯାଇଥିବା ବେଳେ କେଟିଏମ ବାଇକ ଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇ ଯାଇଥିଲା ଏହା ସହ ଲଙ୍କାଗଡ ର ଜନକ ପାତ୍ର (୨୦) ଘଟଣା ସ୍ଥଳ ରେ ମୃତୁ ବରଣ କରିଥିଲା । ଏହି ସମୟରେ ଅନ୍ୟ ଏକ ବାଇକ ଉପରକୁ ଆମ୍ବୁଲାନ୍ସ ଟି ଧକ୍କା ଦେବା ଫଳରେ ନୂଆମୁଣ୍ଡା ଗ୍ରାମର ଗଜପତି ସାହୁ ଆହତ ହୋଇ ତୁମୁଡିବନ୍ଧ ମେଡିକାଲରେ ଭର୍ତ୍ତି କରଯାଇଥିଲା । ଘଟଣା ସ୍ଥଳରେ ବିଜେପି ର କିଛି ନେତା ଓ କର୍ମୀ ଆସି ମୃତ ଓ ଗୁରୁତରଙ୍କୁ ମେଡିକାଲକୁ ଆଣି ଚିକିତ୍ସା କରାଇବା ସହ ଶବ ବ୍ୟବଚ୍ଛେଦ କରାଇଥିଲେ । ଯାହାକୁ ନେଇ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ