Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଲିଆପାଲି ପ୍ରାଥମିକ ବିଦ୍ୟାଳୟ,ଶତବାର୍ଷିକୀ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ୍ ଅନ୍ତର୍ଗତ ବାହାମ ପଞ୍ଚାୟତର ଖଲିଆପାଲି ପ୍ରାଥମିକ ବିଦ୍ୟାଳୟକୁ ଶହେ ବର୍ଷ ପୁରିଛି।ଏହି ବିଦ୍ୟାଳୟରୁ ପାଠ ପଢ଼ି ଅନେକ ଶୀର୍ଷସ୍ଥାନରେ ରହି ସମାଜ ଓ ଜାତି ପାଇଁ ଉଦାହରଣ ସାଜିଛନ୍ତି।ଏହାକୁ ମନେ ପକାଇ ଚଳିତ ବର୍ଷ ଏହି ପ୍ରାଥମିକ ବିଦ୍ୟାଳୟ ତାର ଶତବାର୍ଷିକୀ ଉତ୍ସବ ପାଳନ କରିବାୁ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ବୁଧବାର ଅପରାହ୍ନ ୧୨ ଘଟିକାରେ ସ୍କୁଲ ପରିସର ମଧ୍ୟରେ ଡା.ରାଜକୁମାର ବଡପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସ୍କୁଲରେ ପାଠ ପଢିଥିବା ସମସ୍ତ ଶିକ୍ଷାର୍ଥୀ ଓ ପରିବାର ସ୍ୱଜନ ଯୋଗଦାନ କରି ଶତବାର୍ଷିକୀ ପାଳନ ନେଇ କ’ଣ ସବୁ ପଦକ୍ଷେପ ଓ କାର୍ଯ୍ୟକ୍ରମ ଗ୍ରହଣ କରିବା ସେ ନେଇ ଆଲୋଚନା କରିଥିଲେ।ଡା.ରାଜାରାମ ଷଡଙ୍ଗୀ ଶତବାର୍ଷିକୀ ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ଯ ସଂପର୍କରେ ଅବଗତ କରାଇବାପରେ ମୃତ୍ୟୁଞ୍ଜୟ ପାଣିଗ୍ରାହୀ,ସୁଦୀପ୍ତ ନାୟକ,ସତ୍ୟନାରାୟଣ ବାଗ୍,ରାଜାରାମ ନାୟକ,ସୁଧାଂଶୁ ମହାପାତ୍ର,ଦେବଦାଶ ପଣ୍ଡା,ଅକ୍ଷୟ କୁମାର ନାୟକ,ଅଶୋକ ପୂଝାରୀ,ଅଭୟ ନାୟକ,ଅମୂଲ୍ୟ ପୂଝାରୀ,ସଚ୍ଚିଦା ନନ୍ଦ ନାୟକ,ଉଦିତ ବଡପଣ୍ଡା,ବିଶ୍ୱରଞ୍ଜନ ବଡପଣ୍ଡା,ଅନନ୍ତ ମହାପାତ୍ର,ପ୍ରକାଶ ସୂପକାର, ପ୍ରମୂଖ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରି ପୁନଶ୍ଚ ଆଗାମୀ ଜୁଲାଇ ୮ ତାରିଖ ଦିନ ବୈଠକ ବସି କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।ଉପସ୍ଥିତ ବୈଠକର ନିଷ୍ପତ୍ତି କ୍ରମେ ସମ୍ଭବତଃ ଡିସେମ୍ବର ପ୍ରଥମ ସପ୍ତାହରେ ୩ ଦିନ ଧରି ଉତ୍ସବ ପାଳନ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି।ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଯଶୋଦା ଦେହୂରୀ ସଭାରେ ଉପସ୍ଥିତ ରହି ଶେଷରେ ଧନ୍ୟବାଦ ଅର୍ପନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ