Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୁକ୍ମଣୀ ଲାଠ ବାଲ୍ ନିକେତନ ଅନ୍ତୋବାସୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଜନ୍ମଦିନ ପାଳନ କଲା ବିଜେପି

ସମ୍ବଲପୁର:ଆଜି ହେଉଛି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ । ବିଜେପି କାର୍ଯ୍ୟକର୍ତ୍ତା ଙ୍କ ସମେତ ଅନ୍ୟାନ୍ୟ ବିବିଧ ସଂଗଠନ ଅନୁଷ୍ଠାନ ଓ ତାଙ୍କର ଶୁଭେଛୁ ଏବଂ ସମର୍ଥକ ମନେ ଭିନ୍ନ ଭିନ୍ନ ଢଙ୍ଗ ରେ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କ ଜନ୍ମଦିନ ପାଳନ ଅବସରରେ କେଉଁଠି ରକ୍ତଦାନ ଶିବିର ଅନୁଷ୍ଠିତ ହୋଉଛି ତ ଆଉ କେଉଁଠି ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଛି ପୁଣି କେଉଁଠି ଡାକ୍ତରଖାନା ରେ ରୋଗୀ ଙ୍କୁ ଫଳ ବଣ୍ଟନ ହୋଇଛି ।
ଏହି ମର୍ମ ରେ ଆଜି ମାନେଶ୍ଵର ବ୍ଲକ ବରଗାଁ ପଞ୍ଚାୟତ ର ଛଚାନପାଲି ଠାରେ ଥିବା ରୁକ୍ମିଣୀ ଲାଠ ବାଲ ନିକେତନ ର ଅନ୍ତୋବାସୀ ଙ୍କ ସହ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ପାଳନ କରିଛି ବିଜେପି । ରେଙ୍ଗାଲି ର ପୂର୍ବତନ ବିଧାୟକ ନାଉରୀ ନାୟକ ଙ୍କ ନତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ପ୍ରଥମେ କେକ୍ କଟା ଯାଇ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ପରେ ସମସ୍ତ ଅନ୍ତୋବାସୀ ଙ୍କୁ ଚକଲେଟ, ବିସ୍କୁଟ ଓ ଫଳ ବଣ୍ଟା ଯାଇଥିଲା । କେନ୍ଦ୍ରମନ୍ତ୍ରୀ ଙ୍କ ଜନ୍ମଦିନ ପାଳନ ବୋଲି ଜାଣିଲା ପରେ ବାଲ୍ ନିକେତନ ର ଅନ୍ତୋବାସୀ ଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା ।
ଆଜି ର ଜନ୍ମଦିନ ପାଳନ କାର୍ଯ୍ୟକ୍ରମ ରେ ରୁକ୍ମିଣୀ ବାଲ୍ ନିକେତନ ର ସମ୍ପାଦକ ସଂଗ୍ରାମ ପ୍ରଧାନ ଙ୍କ ସହିତ ହେମନ୍ତ ପ୍ରଧାନ ଓ ଶ୍ରୀକାନ୍ତ ମହାନ୍ତି ସହଯୋଗ କରିଥିଲେ । ଏହା ସହିତ ରେଢ଼ାଖୋଲ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର, ରାଜ୍ୟ ପେନାଲିଷ୍ଟ ମାନସ ବକ୍ସି ଙ୍କ ସମେତ ମାନେଶ୍ଵର ବ୍ଲକ ଅଧ୍ୟକ୍ଷା ରୁକ୍ମିଣୀ ମହାନନ୍ଦ, ହୁମା ମଣ୍ଡଳ ସଭାପତି ଦୁଷ୍ମନ୍ତ ବିଶ୍ୱାଳ, ମାନେଶ୍ଵର ମଣ୍ଡଳ ସଭାପତି ପ୍ରକାଶ ସାହୁ, ରମେଶ ପ୍ରଧାନ, ଗୋପାଳ ଅଗ୍ରୱାଲ, ମଣ୍ଟୁ ଅଗ୍ରୱାଲ, ସୁରଞ୍ଜିତ ବଡ଼ପଣ୍ଡା, କଙ୍ଗାଲୁ ରଣା, ଓମ ପ୍ରକାଶ ବେହେରା, ମକରଧ୍ଵଜ ସାହୁ, ମାନସ ରଞ୍ଜନ ବେହେରା, ଅମୁଲ୍ୟ ରତ୍ନ ନାୟକ, ମଙ୍ଗଳୁ ମେହେର ପ୍ରମୁଖ ସାମିଲ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ