Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଗିଡିଲା ଏଲକେ ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା, ଦିଲ୍ଲୀ ଏମ୍ସରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଛି। ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି। ଏମ୍ସର ଜିରିୟାଟ୍ରିକ ବିଭାଗର ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି ।

ସୂଚନା ଅନୁଯାୟୀ, ୯୬ ବର୍ଷୀୟ ଏଲକେ ଆଡଭାନୀଙ୍କ ସ୍ଵାସ୍ଥ୍ୟ ସଂପର୍କରେ ଏମ୍ସ କର୍ତ୍ତୃପକ୍ଷ ପକ୍ଷରୁ ଶୀଘ୍ର ମେଡିକାଲ୍ ବୁଲେଟିନ ଜାରି କରାଯାଇପାରେ। ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୩୦ରେ ବିଜେପିର ଏହି ବରିଷ୍ଠ ନେତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ବୁଧବାର ସନ୍ଧ୍ୟାରେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି ।

୧୯୨୭ ନଭେମ୍ବର ୮ ତାରିଖରେ କରାଚିରେ ଜନ୍ମ ଗ୍ରହଣ କରିଥିବା ଲାଲକୃଷ୍ଣ ଆଡ଼ଭାନୀ ୧୯୪୨ରେ ସ୍ଵଂୟ ସେବକ ଭାବେ ଆରଏସଏସରେ ଯୋଗ ଦେଇଥିଲେ। ଏହା ପରେ ୧୯୮୬ରୁ ୧୯୯୦ ପର୍ଯ୍ୟନ୍ତ ପୁଣି ୧୯୯୩ରୁ ୧୯୯୮ ପର‌୍ୟ୍ୟନ୍ତ ଓ ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ ।

ପାଖାପାଖି ତିନି ଦଶନ୍ଧିର ସାଂସଦ ଭାବେ କାର‌୍ୟ୍ୟକାଳରେ ସେ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟ ସମ୍ଭାଳିଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ସରକାରରେ ଗୃହ ମନ୍ତ୍ରଣାଳୟ ଦାୟିତ୍ଵ ଏବଂ ଏହା ପରେ ୧୯୯୯ରୁ ୨୦୦୪ ପର‌୍ୟ୍ୟନ୍ତ ଉପ ପ୍ରଧାନମନ୍ତ୍ରୀ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ