ଦାଦନ ଖଟିବାକୁ ଯାଇ ବାଙ୍ଗାଲୋର ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ


ହାଟଡିହି,୨୭l୬:ପୁଅ ବଡ଼ ହୋଇ ରୋଜଗାର କରିବ l ପରିବାରର ଦୁଃଖ ଘୁଞ୍ଚିବ l ପେଟ ପାଇଁ ଗରିବ ଘରର ପୁଅ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଶେଷରେ ସବୁଦିନ ପାଇଁ ଆରପାରିକୁ ଚାଲିଗଲା l କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାଳନିଆ ପଞ୍ଚାୟତ ବିଷ୍ଣୁପୁର ଗ୍ରାମର ଜଣେ ଯୁବକ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ l ସେଠାରେ ତାଙ୍କର ମୃତ୍ୟୁ ଘଟିଛି l ପୁଅକୁ ହରାଇ ବାପା,ମା ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ପରିବାର ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ସୂଚନା ଅନୁସାରେ ସନାତନ ମହାକୁଡ଼ଙ୍କ ପୁଅ ରାଜେଶ (୨୯ବର୍ଷ ) ପ୍ରାୟ ୫ ବର୍ଷ ହେବ ରୋଜଗାର ପାଇଁ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ l ଏକ ଘର ଭଡା ନେଇ ସେଠାରେ ରହୁଥିଲେ l କିନ୍ତୁ ବୁଧବାର ରାଜେଶ ମୃତ୍ୟୁ ବରଣ କରିଥିବା ସେଠାକାର ପୋଲିସ ଫୋନ କରି ଜଣାଇଥିବା ପରିବାର ଲୋକ କହିଛନ୍ତି l ତେବେ ଏକ ଫ୍ୟାନରେ ଝୁଲି ପଡ଼ିଥିବା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା କୁହାଯାଇଛି l ଏପରି ମୃତ୍ୟୁକୁ ସହଜରେ ଗ୍ରହଣ କରାଯାଇପାରିନି l ଶାଳନିଆ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ ଏପରି ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଥିବା ବେଳେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡି ନିରପେକ୍ଷ ତଦନ୍ତ ଦାବୀ କରିଛନ୍ତି l ସୂଚନା ଯୋଗ୍ୟ କିଛି ମାସ ପୂର୍ବରୁ ରାଜେଶ ଗାଁକୁ ବୁଲିବାକୁ ଆସିଥିଲେ l ତାଙ୍କ ବାପା ସନାତନ କଟକରେ ଏକ ତେଜରାତି ଦୋକାନରେ କାମ କରନ୍ତି l