Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖାଉଟୀ କଲ୍ୟାଣ ମନ୍ତ୍ରୀଙ୍କ ରାୟଗଡା ଗସ୍ତ:ଲୋକଙ୍କ ଅଭିଯୋଗ ଶୁଣିଲେ,ସମୀକ୍ଷା କଲେ

ରାୟଗଡା:ଆଜି ରାୟଗଡା ଠାରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ତଥା ବୈଷୟିକ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗସ୍ତ କରି ଲୋକଙ୍କ ଅଭିଯୋଗ ଶୁଣିବା ସହ ଗୁଣପୁର ବିଧାୟକ ଓ ବିଷମ କଟକ ବିଧାୟକଙ୍କ ସହ ସାକ୍ଷାତ କରିଥିଲେ I ଏହି ଅବସରରେ ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଥିଲେ। ଅତ୍ୟାବଶ୍ୟକ ସାମଗ୍ରୀର ଚାହିଦା କୁ ଦେଖି ଦର ଦାମ ବୃଦ୍ଧିକୁ କିପରି ନିୟନ୍ତ୍ରିତ କରିହେବ, ଧାନ ସଂଗ୍ରହ ବେଳେ ଚାଷୀ ଯେପରି ଦଲାଲ୍ ଙ୍କ ଶିକାର ନ ହେବେ ତଥା 48ଘଣ୍ଟା ମଧ୍ୟରେ ଯେପରି ଚାଷୀ ତାଙ୍କ ପ୍ରାପ୍ୟ ପାଇପାରିବେକାଶୀପୁର ବ୍ଲକ୍ ର ମନୁଷପଦର୍ ଗ୍ରାମ ର ଲୋକମାନେ ଯେପରି ସୁବିଧାରେ ରାସନ୍ ସାମଗ୍ରୀ ପାଇପାରିବେ, ଦୁର୍ଗମ ଅଞ୍ଚଳ ର ଲୋକମାନେ କିପରି ସୁବିଧାରେ ରାସନ୍ ସାମଗ୍ରୀ ପାଇପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।, ଯଥା ଶୀଘ୍ର ପ୍ଲାନେଟରୀୟମ କୁ ଯଥା ଶୀଘ୍ର, ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଷମକଟକ ର ନବ ନିର୍ବାଚିତ ବିଧାୟକ ନୀଳ ମାଧବ ହିକକା, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କୁ ସାକ୍ଷାତ କରି ନିଜ ଅଞ୍ଚଳ ର ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଜଣେଇବା ସହ ସେଗୁଡିକ ସମାଧାନ ପାଇଁ ମନ୍ତ୍ରୀ ଙ୍କ ନିକଟରେ ଦାବି ଜଣେଇଛନ୍ତି
ନିଜ ନିର୍ବାଚନ ମଣ୍ଡଳୀ ରେ 15,913 ହିତାଧିକାରୀଙ୍କୁ ରାସନ କାର୍ଡ ରେ ସାମିଲ କରାଯିବା ପାଇଁ ଅନୁମତି, ବର୍ଦ୍ଧିତ ହିତାଧିକାରୀ ସଂଖ୍ୟା ଅନୁପାତ ରେ ପିଡ଼ିଏସ କୋଟା କୁ ବଢ଼ା ଯିବା ପାଇଁ, ଏହି ଅଞ୍ଚଳ ରେ ଶୀତଳ ଭଣ୍ଡାର ନିର୍ମାଣ, ଚାଷୀଙ୍କୁ ଏକ କାଳୀନ ଟୋକେନ ବ୍ୟବସ୍ଥା, ଟୋକେନ ଅବଧି ବୃଦ୍ଧି, ମିଲରଙ୍କ ଟାର୍ଗେଟ ବୃଦ୍ଧି, ଚାଟିକଣା ସ୍ଥିତ ନିୟମଗିରି ଖାଦ୍ୟ ଶସ୍ୟ କୋପ୍ରେଟିଭ ସୋସାଇଟି କୁ କାର୍ଯ୍ୟକ୍ଷମ କରିବା ଦିଗରେ ଗୁରୁତ୍ୱ ଦେବା ପାଇଁ ପତ୍ର ଯୋଗେ ନିବେଦନ କରିଛନ୍ତି I ଏହି ଅବସରରେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଙ୍କ ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀ ଙ୍କ ଠାରେ ଦାବି ଉପସ୍ଥାପନ କରିଥିଲେI ଅନ୍ୟ ମାନଙ୍କ ମଧ୍ୟରେ ଜିଲାପାଳ ମନୋଜ ସତ୍ୟବାନ ମହାଜନ, ନିହାର ରଞ୍ଜନ କହଁର,ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ, ଉପଜିଲ୍ଲାପାଳ ସୁଶ୍ରୀ କରନ୍ ଦୀପ କୌର, କଲ୍ୟାଣୀ ସଂଘମିତ୍ରା ଦେବୀ ଓ ସମସ୍ତ ସରକାରୀ କର୍ମଚାରୀ ଉପସ୍ଥିତି ଥିଲେ।