Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରସାମ୍ୟ ହରାଇ କାର ଦୁର୍ଘଟଣାଗ୍ରସ୍ତ :୪ ଜଣ ଗୁରୁତର ଆହାତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ବୌଦ୍ଧ -କନ୍ଧମାଳ ସୀମାନ୍ତ ରାଣିପଥର ଘାଟିରେ ଭାରସାମ୍ୟ ହରାଇ କାର ଦୁର୍ଘଟଣାଗ୍ରସ୍ତ ହେଇଥିବା ବେଳେ ଏଥିରେ ଚାରି ଜଣ ଗୁରୁତର ଆହାତ ହୋଇଛନ୍ତି । ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ବାଉଁସୁଣି ଅଞ୍ଚଳର ଧର୍ମୁ ମେହେର ଙ୍କ ପରିବାର ର ପ୍ରୀତି ମେହେର, ଗାୟତ୍ରୀ ମେହେର, ଏବଂ ତନ୍ମୟ ମେହେର ଏକ୍ କାର ଯୋଗେ କୌଣସି କାମରେ ଫୁଲବାଣୀ ଯାଇ ଫେରୁଥିବା ସମୟରେ କାର ଟି ଭାରସାମ୍ୟ ହରାଇ ରାଣିପଥର ଘାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ଥିବା ଚାରିଜଣ ଗୁରୁତର ଆହତ ହୋଇଛନ୍ତି l ସେହି ରାସ୍ତା ଦେଇ ଆସୁଥିବା କିଛି ଲୋକ ଆହତ ମାନଙ୍କୁ ଉଦ୍ଧାର କରି ସରକାରୀ ବସ୍ ଯୋଗେ ଆଣି ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଡାକ୍ତର ଆହତ ମାନଙ୍କ ପ୍ରାଥମିକ ଚିକିତ୍ସା କରି ବୌଦ୍ଧ ମୁଖ୍ୟ ଡାକ୍ତରଖାନା ଙ୍କୁ ପଠାଇଥିବା ସୂଚନା ମିଳିଛି ।