ରାଷ୍ଟ୍ର ନିର୍ମାଣ ରେ ଯୁବପ୍ରସ୍ତୁତି ପ୍ରଶିକ୍ଷଣ:ଶ୍ରମ ହିଁ ଜୀବନ,ସ୍ୱାସ୍ଥ୍ୟ ପାଇଁ ଯତ୍ନ ଜରୁରୀ

ସମ୍ବଲପୁର:ରବିବାର ପୂର୍ବାହ୍ନରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପିଲାଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ଦ୍ୱାଦଶ ସପ୍ତାହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଲାଇବ୍ରେରି ର ନିଜସ୍ୱ ପ୍ରେକ୍ଷାଳୟରେ ସମାପିତ ହୋଇଯାଇଛି।ପ୍ରଥମ ଅଧିବେଶନ ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ଶ୍ରମ ର ମହତ୍ତ୍ୱ ଉପର ଆଲୋଚନା ଆରମ୍ଭ କରି ସମାଜସେବୀ ତଥା ଚାଷୀ ନେତା ଶ୍ରୀ ସରୋଜ ମହାନ୍ତି, ଶ୍ରମ ର ପ୍ରକାର ଭେଦ ଓ ଆମେ ଉପଭୋଗ କରୁଥିବା ସବୁ ଜିନିଷ ରେ ଶ୍ରମିକ ର ଶ୍ରମ କିପରି ଅନ୍ତର୍ନିହିତ ଅଛି ତାହା ବିଭିନ୍ନ ଉଦାହରଣ ସହ ବୁଝେଇ ପିଲାଙ୍କ ସହ ପ୍ରତକ୍ଷ ଆଲୋଚନା କରି ଶ୍ରମ ହିଁ ଜୀବନ ବୋଲି କହିଥିଲେ।ଦ୍ଵିତୀୟ ଅଧିବେଶନ ପ୍ରଯୁକ୍ତି ବିଜ୍ଞାନ ପ୍ରସଙ୍ଗ କ୍ରମେ ମୁଁହ,ନଖ ଓ ବାଳ ର ଯତ୍ନ ଉପରେ ଆଲୋକପାତ କରିଥିଲେ ଭୀମସାର ବୁର୍ଲା ର ଶରୀର ବିଜ୍ଞାନ ବିଭାଗ ର ସହଯୋଗୀ ପ୍ରଫେସର ଡାକ୍ତର ଶତରୁପା ଦାଶ, ସ୍ୱାସ୍ଥ୍ୟବାନ ଓ ନିରୋଗ ହେବାକୁ କହି ବିଭିନ୍ନ ଉଦାହରଣ ମାଧ୍ୟମ ରେ ପୁଅ ଝିଅ ମାନେ କିପରି ସହଜ ରେ ଘରେ ନିଜର ମୁଁହ, ନଖ,ବାଳ ଓ ଚର୍ମ ର ଉପଯୁକ୍ତ ଯତ୍ନନେଇ ପାରିବେ ସେ ବିଷୟ ରେ ପିଲାଙ୍କୁଅତି ସୁନ୍ଦର ଭାବେ
ଅବଗତ କରାଇବା ସଂଗେ ସଂଗେ ସୁସ୍ଥ ଓ ସ୍ବାସ୍ଥ୍ୟବାନ ପାଇଁ ଏ ଦିଗରେ ଅଧିକ ଯତ୍ନ
ବାନ ହେବାକୁ ଆହ୍ୱାନ ଦେଇଥିଲେ ।ଦ୍ୱାଦଶ ସପ୍ତାହ ପରେ ପିଲାମାନେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁ କିପରି ଗ୍ରହଣ କରୁଛନ୍ତି ତାର ସମୀକ୍ଷା ପାଇଁ ଏକ ଫିଡ଼ବେକ ପିଲାଙ୍କ ଠାରୁ ନିଆଯାଇଥିଲା।ଶିବିର ରେ ପିଲାଙ୍କୁ ଉତ୍ସାହିତ କରବାପାଇଁ ପ୍ରୋଫେସର ମୁରଲୀଧର ପ୍ରେମନାଥ ନାୟକ,ଡ଼. ଗିରିଧାରୀ ହୋତା,ଡ଼. ନିରୂପମା ବଡ଼ପଣ୍ଡା, ଡାକ୍ତର ଜୟଦେବ ମେହେର,ଅର୍ଜୁନ ରଞ୍ଜନ ପଣ୍ଡା,ମୁକ୍ତକଣ୍ଟ ପ୍ରଧାନ,ମନୋଜ କୁମାର ଧର,ଗୋଲକ ବିହାରୀ ମିଶ୍ର
,ଙ୍କ ସମେତ ଅନେକ ଅବିଭାବକ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ର ସଂଚାଳକ ଶ୍ରୀ ରାଜେନ୍ଦ୍ର କୁମାର ପଣ୍ଡା ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିବାବେଳ।
ଶ୍ରୀ ବିଜୟ କୁମାର ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।ଶେଷରେ ଜାତୀୟ ସଙ୍ଗୀତ ଗାନ ପରେ ସଭା ଶେଷ ହୋଇଥିଲା।ଆଜିର ପ୍ରଶିକ୍ଷଣ ଶିବିର ରେ ୧୫ ଟି ହାଇସ୍କୁଲ ରୁ ୫୩ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।