Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜାଲରେ ପଡ଼ିଲା ବିରଳ ପ୍ରଜାତିର ବୁଦ ମାଛ

ବୌଦ୍ଧ: ମହାନଦୀରୁ ଧରାପଡ଼ିଲା ବିରାଟକାୟ ବିରଳ ପ୍ରଜାତିର ବୁଦ ମାଛ । ଏହି ମାଛର ଓଜନ ପ୍ରାୟ ୪୦ କେଜି ହେବ । ବୌଦ୍ଧ ଜିଲ୍ଲାରେ ଜଣେ ମତ୍ସ୍ୟଜୀବୀ ମାଛ ମାରୁଥିବା ବେଳେ ଏହି ମାଛଟି ତାଙ୍କ ଜାଲରେ ପଡ଼ିଥିଲା ।
ମହାନଦୀର ସାତକୋଶିଆରେ ଏହି ବିରଳ ପ୍ରଜାତିର ମାଛ ଦେଖିବାକୁ ମିଳୁଥିବା ବେଳେ ବର୍ଷା ଦିନ ହେଲେ ଉପରମୁଣ୍ଡକୁ ପଳାଇ ଆସିଥାନ୍ତି । ପୂର୍ବରୁ ମଧ୍ୟ ଏକାଧିକ ଥର ଏହି ବିରଳ ପ୍ରଜାତିର ମାଛ ଧରିଥିବା କହିଛନ୍ତି ମତ୍ସ୍ୟଜୀବୀ ।
ଜଣେ ମତ୍ସ୍ୟଜୀବୀ କହିଛନ୍ତି, ମହାନଦୀରୁ ଏହି ମାଛ ଧରାଯାଇଛି । ବର୍ଷା ଦିନରେ ଗୋଳିଆ ପାଣି ଆସିଲେ ଏହି ମାଛ ଜାଲରେ ପଡ଼ିଥାନ୍ତି । ଜାଲରେ ପଡ଼ିଥିବା ମାଛର ଓଜନ ୪୦ କେଜି । ଏହାଠୁ ବଡ଼ ମାଛ ମଧ୍ୟ ଜାଲରେ ପଡ଼େ । ଏହି ମାଛର ଚାହିଦା ବଜାରରେ ଅଧିକ ରହିଛି । ଲୋକେ ଏହି ମାଛକୁ ଖାଇବାକୁ ପସନ୍ଦ କରନ୍ତି । ତେବେ ବର୍ଷା ଦିନକୁ ଛାଡିଦେଲେ ଅନ୍ୟ କୌଣସି ଦିନ ଏହି ମାଛ ଧରାପଡି ନଥାନ୍ତି ।

More Stories