ବାଲେଶ୍ବର: ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏକ ପରିତ୍ୟକ୍ତ ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନି । ବ୍ୟକ୍ତି ଜଣଙ୍କ ୮ରୁ ୧୦ ଦିନ ହେବ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବଦ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।
ଆଜି ସକାଳେ ସହଦେବଖୁଣ୍ଟା ସ୍ଥିତ ଲୋକନାଥ ମନ୍ଦିର ନିକଟରେ ଦୁର୍ଗନ୍ଧ ହୋଇଥିଲା । ସ୍ଥାନୀୟ ଜଣେ ଦୋକାନୀ ବହୁ ଖୋଜାଖୋଜି କରିବା ପରେ ପାଖରେ ଥିବା ଏକ ପରିତ୍ୟକ୍ତ ଘରୁ ମୃତଦେହଟିକୁ ଠାବ କରିଥିଲେ । ଦୋକାନୀ ଜଣଙ୍କ ଏନେଇ ସଙ୍ଗେ ସଙ୍ଗେ ସହଦେବଖୁଣ୍ଟା ଥାନକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବାଲେଶ୍ବର ମଖ୍ୟ ଚିକିତ୍ସାଳୟକୁ ପଠାଇଛି ।
ମୃତ ଦେହ ଉଲଗ୍ନ ଅବସ୍ଥାରେ ପରିତ୍ୟକ୍ତ ଘରେ ପଡ଼ିଥିଲା । ପ୍ରାୟ ୮ ରୁ ୧୦ ଦିନ ହେବ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ ଅନୁମାନ କରୁଛି ।