Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଢ଼ିଲା ପୂର୍ବତନ ବିଧାୟକ ଶ୍ରୀକାନ୍ତଙ୍କ ଅଡୁଆ, ସଞ୍ଜୁକ୍ତାଙ୍କୁ ଦୁର୍ବ୍ୟବହାର ଘଟଣାରେ ମାମଲା ରୁଜୁ

ଗଞ୍ଜାମ: ମହିଳାଙ୍କୁ ଦୁର୍ବ୍ୟବହାର ମାମଲାରେ ପୋଲସରା ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଡୁଆ ବଢ଼ିବାରେ ଲାଗିଛି । ସଞ୍ଜୁକ୍ତା ମହଲା ନାମକ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଶ୍ରୀକାନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ରୁଜୁ ହେଲା ମାମଲା। କବିସୂର୍ଯ୍ୟନଗର ଥାନାରେ ଏନେଇ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ୍‌ ।

ଗତ ଫେବୃଆରୀ ୧୪ ତାରିଖରେ ସଞ୍ଜୁକ୍ତା ନ୍ୟାୟ ଦାବିରେ ପୂର୍ବତନ ବିଧାୟକଙ୍କ ହାତୀଓଟା ସ୍ଥିତ ବାସଭବନକୁ ଯାଇଥିଲେ । ସେଠାରେ ତାଙ୍କୁ ଶ୍ରୀକାନ୍ତ, ତାଙ୍କ ବାପା, ଭାଇ, ଭାଇବୋହୂଙ୍କ ସମେତ ପରିବାର ସଦସ୍ୟ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାରପିଟ କରିଥିଲେ । ଏନେଇ ସଞ୍ଜୁକ୍ତା ଗତ ମାର୍ଚ୍ଚରେ କବିସୂର୍ଯ୍ୟନଗର ଥାନାରେ ଏତଲା ଦେଇଥିଲେ । ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଓଲଟା ତାଙ୍କୁ ଜେଲ୍‌ ପଠାଇ ଦେଇଥିଲା ବୋଲି ସଞ୍ଜୁକ୍ତା ନିଜ ଏତଲାରେ ଦର୍ଶାଇଛନ୍ତି ।

ପରେ ସଞ୍ଜୁକ୍ତା ଡାକ ଯୋଗେ କବି ସୂର୍ଯ୍ୟନଗର ଥାନାକୁ ଏତଲା ପଠାଇଥିଲେ । ଏହାକୁ ଆଧାର କରି ପୋଲିସ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କବିସୂର୍ଯ୍ୟନଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ଶ୍ରୀକାନ୍ତ ସାହୁ କି ତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ପୂର୍ବତନ ବିଧାୟକ ଶ୍ରୀକାନ୍ତ ୯ ବର୍ଷ ଧରି ତାଙ୍କ ସହିତ ସମ୍ପର୍କ ରଖିବା ପରେ ପ୍ରତାରଣା କରିଛନ୍ତି ବୋଲି ସଞ୍ଜୁକ୍ତା ଅଭିଯୋଗ କରିଥିଲେ । ଏନେଇ ଗତବର୍ଷ ଜୁଲାଇରେ ସଞ୍ଜୁକ୍ତା ଭୁବନେଶ୍ୱର ମହିଳା ଥାନାରେ ଶ୍ରୀକାନ୍ତଙ୍କ ନାଁରେ ଏତଲା ଦେଇଥିଲେ । ଏତଲା ଦେବା ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଦର୍ଶାଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

More Stories